ଦେଶ ବିଦେଶ

ଇଣ୍ଡିଆ ପୋଷ୍ଟ 5 ଲକ୍ଷ ଲୋନ୍: ଆପଣ ଯଦି ଲୋନ୍ ନେବାକୁ ଆଗ୍ରହ, ତେବେ ଏମିତି କରନ୍ତୁ ଆବେଦନ

ବେଳେବେଳେ ଲୋକମାନେ ନିଜର ଆବଶ୍ୟକତା ବା କୌଣସି କାମ ପାଇଁ ଲୋନ କରିଥାନ୍ତି। ଆପଣମାନେ ତ ଜାଣିଥିବେ ବ୍ୟାଙ୍କ୍ ଋଣ ଦେଇଥାଏ। କିନ୍ତୁ ଏବେ ପୋଷ୍ଟ ଅଫିସରେ ମଧ୍ୟ ଋଣ ମିଳିବ। ଏବେ ଲୋକମାନେ ଚାହିଁଲେ ପୋଷ୍ଟ ଅଫିସରୁ ଋଣ ଆଣିପାରିବେ। ଯଦି ଆପଣଙ୍କର ଟଙ୍କା ଦରକାର ରହିଛି ତାହେଲେ ଇଣ୍ଡିଆ ପୋଷ୍ଟରୁ ଆପଣ ଟଙ୍କା ଉଠାଇ ପାରିବେ।

ଏଥିପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଆଉ ଆପଣ ଅନଲାଇନ୍ ଦ୍ଵାରା ଏହା ଆବେଦନ କରିପାରିବେ। ଆପଣମାନେ ଇଣ୍ଡିଆ ପୋଷ୍ଟ ଲୋନ୍ ଦ୍ଵାରା ୫ ଲକ୍ଷ ଟଙ୍କା ନଗଦ ରାଶି ପାଇପାରିବେ। ଏଥିପାଇଁ ଆପଣଙ୍କୁ କମ୍ ସୁଧ ଦେବାକୁ ପଡ଼ିବ। ଆପଣଙ୍କ ସୁଧ ହାର ୨.୪୭ ରହିବ। ଇଣ୍ଡିଆ ପୋଷ୍ଟର ଯେକୌଣସି ଶାଖା ବା ଯେ କୌଣସି ପୋଷ୍ଟ ଅଫିସରୁ ଆପଣମାନେ ଲୋନ ପାଇଁ ଆବେଦନ କରିପାରିବେ।

ଲୋନ ଆବେଦନ ପାଇଁ କିଛି ନିୟମ ରହିଛି। ନିୟମ ଅନୁସାରେ, ଆପଣ ଭାରତୀୟ ହୋଇଥିବେ, ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଦରକାର। ଏହି ଲୋନ ଆବେଦନ କରିବାକୁ ଆବଶ୍ୟକ ଦସ୍ତାବିଜ୍ ହେଉଛି ଆଧାର କାର୍ଡ,ପାନ୍‌ କାର୍ଡ୍‌, ଆୟ ପ୍ରମାଣ ପତ୍ର, ଆବସ ପ୍ରମାଣ ପତ୍ର, ପାସପୋର୍ଟ ସାଇଜ୍‌ ଫଟୋ, ୩ ମାସର ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍‌, ମୋବାଇଲ ନମ୍ବର, ଇ-ମେଲ୍‌ ଆଇଡି ଇତ୍ୟାଦି।

ପ୍ରଥମେ ଆପଣ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ। ଏହାପରେ ସେଠାରେ ଲୋନ ବିଷୟରେ ଲେଖାଯାଇଛି ଆଉ ଏହାକୁ କ୍ଲିକ୍ କରି ଆପଣ ମାଗିଥିବା ତଥ୍ୟ ଦେଇପାରିବେ। ଏହାପରେ ଆଗ୍ରୀ ଉପରେ କ୍ଲିକ୍ କରିବା ପରେ ଏକ ନୂଆ ପେଜ୍ ଖୋଲିବ। ଏହାପରେ ସେଠାରେ ଦିଆଯାଇଥିବା ଦସ୍ତାବିଜ୍ ଦାଖଲ କରି ସମ୍ବିଟ କରନ୍ତୁ।

କୌଣସି ଲୋନ୍‌ ଆବେଦନ କରିବା ପୂର୍ବରୁ ନିକଟସ୍ଥ ପୋଷ୍ଟ ଅଫିସ ଶାଖାକୁ ଯାଇ ଆପଣମାନେ ଏହି ଲୋନକୁ ନେଇ ସବୁ ପ୍ରକାରର ତଥ୍ୟ ପାଇପାରିବେ। ଏବେ ଏହି ଖବର ମାଧ୍ୟମରେ ଆପଣମାନେ ପୋଷ୍ଟ ଅଫିସରେ କିଭଳି ଲୋନ ଆବେଦନ କରିପାରିବେ ତାହା ଜାଣିପାରିଲେ।

ଲୋନ ଆବେଦନ ପୂର୍ବରୁ ଏହି କଥା ଜାଣି ରଖିବା ଉଚିତ୍। ଯଦି ଆପଣ ପୂର୍ବରୁ କୌଣସି ବ୍ୟାଙ୍କ୍‌ରୁ ଲୋନ୍‌ ପ୍ରାପ୍ତ କରିଥିବେ ତେବେ ଏହି ଲୋନ୍‌ ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ସୂଚନା ଆସିଛି। ଏହି ବିଷୟରେ ଜାଣି ଆପଣମାନେ ଆବେଦନ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button