ଯଦି ବାରମ୍ବାର ଘରେ ଅକାଳ ମୃତ୍ୟୁ ହେଉଥାଏ ବା ଦାରିଦ୍ର୍ୟତା ଗ୍ରାସ କରିଥାଏ, ତାହେଲେ ଏହା ହେଉଛି ମୁଖ୍ୟ କାରଣ

ଆମ ଜୀବନରେ ଛୋଟ ଛୋଟ ଘଟଣା ଅଧିକ ପ୍ରଭାବ ପକାଇ ଥାଏ। ଘରର ବାସ୍ତୁ ଦୋଷ କାରଣରୁ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ। ଏହାସହିତ ଘରେ ଅଶାନ୍ତି ଲାଗି ରହିଥାଏ। କହିବାକୁ ଗଲେ ଘରର ବାସ୍ତୁ ଦୋଷ କାରଣରୁ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମକୁ ପ୍ରଥମେ ଘରର ବାସ୍ତୁ ଦୋଷକୁ ଦୂର କରିବା ଆବଶ୍ୟକ।
ପ୍ରଥମେ ହେଉଛି, ଘରେ କେବେବି ଛୁରୀ ଏକରୁ ଅଧିକ ଛୁରୀ ରଖିବା ଉଚିତ ନୁହେଁ। ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଯାହାଫଳରେ ପରିବାର ଲୋକଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସେହିଭଳି ଘରର ଅଗଣାରେ କେବେବି କଣ୍ଟା ଜାତୀୟ ଗଛ ରଖିବା ଉଚିତ ନୁହେଁ। ଘରେ ଏଭଳି ଗଛ ରହିବା ଦ୍ୱାରା ଘର ମଧ୍ୟକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବା ସହିତ ଅମଙ୍ଗଳ ହୋଇଥାଏ। ଏହାସହିତ ଘରେ ସର୍ବଦା ଆର୍ଥିକ ସଙ୍କଟ ଦେଖା ଦେଇଥାଏ।
ଶାସ୍ତ୍ରରେ କୁହାଯାଇଛି କି, ଯେଉଁ ଘରେ ମହିଳା ମାନଙ୍କୁ ଅପମାନ ଦିଆଯାଇଥାଏ, ସେହି ଘରେ କେବେବି ଦେବୀ ଲକ୍ଷ୍ମୀ ବାସ କରନ୍ତି ନାହିଁ। ଏହାସହିତ ଯେଉଁ ଘରେ ମହିଳା ମାନେ ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ଧୁଅନ୍ତି ନାହିଁ, ସେଠାରେ କେବେବି ଦେବୀ ଲକ୍ଷ୍ମୀଙ୍କ କୃପା ପଡ଼ି ନଥାଏ। ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ପ୍ରତ୍ୟେକଦିନ ସକାଳୁ ଉଠି ସ୍ନାନ ସାରି ପ୍ରଥମେ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହିତ ଆର୍ଥିକ ସ୍ଥିତି ସୁଦୃଢ ରହିବ।