ସ୍ୱାସ୍ଥ୍ୟ

ଥଣ୍ଡା ଦିନରେ ଗାଧେଇଲା ପରେ ନଡିଆ ତେଲ ଲଗେଇବାର ୫ଟି ଲାଭକାରୀ ଉପାୟ

ନଡିଆ ତେଲ ଚୁଟି ରେ ଲଗେଇବା ଲାଭ ତ ଆପଣ ସମସ୍ତେ ଜାଣି ଥିବେ, କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏହାକୁ ଆପଣ ମୋଇଶ୍ଚୋରାଇଜର, ବଡି କ୍ରିମ ବା ବଡି ଲୋସନ ପରି ମଧ୍ୟ ଉପଯୋଗ କରି ପାରିବେ । ଯଦି ଆପଣ ନିଜ ଦେହ ପାଇଁ ଦାମୀ ଜିନିଷ ଲଗେଇବା ପାଇଁ କିଣୁଛନ୍ତି ତେବେ ଆପଣଙ୍କୁ ଥରେ ନଡିଆ ତେଲ ବ୍ୟବହାର କରି ଦେଖିବା ଉଚିତ କିନ୍ତୁ ମନେ ରଖନ୍ତୁ ଏହାକୁ ଗାଧେଇଲା ପରେ ଲଗେଇବା ଉଚିତ ଅଟେ ।

ଥଣ୍ଡା ଦିନରେ ଗାଧେଇବା ପରେ ନଡିଆ ତେଲ ଲଗେଇବାର ଲାଭ :

 

– ନଡିଆ ତେଲ ଅଲଗା ମୋଇଶ୍ଚୋରାଇଜର ଠାରୁ କମ ଦାମ ରେ ଆସିବ କିନ୍ତୁ କାମ ବହୁତ ଭଲ କରିବ, ନଡିଆ ତେଲ ଲଗାଇଲେ ଆପଣଙ୍କ ଦେହ ଚିକଣ ହୋଇ ଥାଏ ।

– ଯଦି ଆପଣଙ୍କୁ ଶରୀର କୌଣସି ଜାଗାରେ ଇନଫେକସନ ବା କୁଣ୍ଡିଆ ଲାଗୁଛି ତେବେ ନଡିଆ ତେଲ କର୍ପୁର ସହ ମିସାଇ ନିଜ ବାଥରୁମ ରେ ରଖନ୍ତୁ ଏବଂ ସବୁ ଦିନ ଗାଧେଇଲା ପରେ କୁଣ୍ଡିଆ ଜାଗାରେ ଲଗାନ୍ତୁ ଆପଣଙ୍କ ତ୍ଵଚା ସମସ୍ୟା ଦୂର ହୋଇବ ଏବଂ ଆପଣଙ୍କୁ ଆରାମ ମିଳିବ ।

 

– ଯଦି ଆପଣ ଚିହ୍ନ, ଜଳା-ପୋଡା, ଫୁଲିବା ବା କୁଣ୍ଡେଇ ଠାରୁ ହଇରାଣ ଅଛନ୍ତି ତେବେ ମଧ୍ୟ ନଡିଆ ତେଲ ଏବଂ କର୍ପୁର ମିଶ୍ରଣ ଆପଣଙ୍କ ପାଇଁ ଲାଭକାରୀ ଜିନିଷ ଅଟେ ।

– ନଡିଆ ତେଲ ବହୁତ ଭଲ କ୍ଲିଞ୍ଜର ଭଳି କାମ କରି ଥାଏ ଯେତେ ମେକଅପ ଥିଲେ ମଧ୍ୟ ଟିକେ ନଡିଆ ତେଲ ତୁଳା ରେ ଲଗାଇ ପୋଛିଲେ ପୁରା ଚେହେରା ସଫା ହୋଇ ଯାଇ ଥାଏ ନଚେତ ମୁହଁ ସାରା ତେଲ ଲଗାଇ ତୁଳାରେ ପୋଛିଲେ ମଧ୍ୟ ମେକଅପ ଆରାମସେ ସଫା ହୋଇ ଥାଏ ।

 

– ହେୟାର ରିମୁଭିଙ୍ଗ ପାଇଁ ମଧ୍ୟ ଲୋକ ନଡିଆ ତେଲ ପ୍ରୟୋଗ କରି ଥାନ୍ତି ଏବଂ ଏହା କାମ ମଧ୍ୟ କରି ଥାଏ, ହେୟର ରିମୁଭ କରିବା ଆଗରୁ ନଡିଆ ତେଲ ଦ୍ଵାରା ସେହି ଜାଗା ଚୁଟିକୁ ମସାଜ କରି ଜାଗା ନରମ ଏବଂ ଚିକଣ କରି ଦେଇ ଥାଏ ଓ ଏହା ପରେ ହେୟର ରିମୁଭ ହୋଇ ଥାଏ କିନ୍ତୁ ବାକ୍ସସିଙ୍ଗ ପାଇଁ ଏହି ଉପାୟ କାମ କରି ନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button