ବିଚାର

ଏଥର ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ଭଦ୍ରାକାଳ ! ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ, କେତେବେଳେ ବାନ୍ଧିବେ ରାକ୍ଷୀ

ଏଥର ସକାଳେ ଆପଣ ବାନ୍ଧି ପାରିବେ ନାହିଁ ରାକ୍ଷୀ ! ଯଦି ଆପଣ ଏହି ଭୂଲ କରୁଛନ୍ତି ତେବେ ହୋଇପାରେ ଏକ ବଡ଼ ଅନିଷ୍ଟ । ଆପଣଙ୍କ ସହ ଘଟିପାରେ କିଛି ଏପରି । କାରଣ ଏଥର ରାକ୍ଷୀରେ ପଡ଼ିବାକୁ ଯାଉଛି ଭଦ୍ରାକାଳ ଯୋଗ ।

ତେବେ ଭାଇ ହାତରେ ଭଉଣୀଟିଏ ରାକ୍ଷୀ ବାନ୍ଧିବା ପାଇଁ ଏହି ଦିନକୁ ବହୁ ଆଗ୍ରହର ସହ ଅପେକ୍ଷା କରିଥାଏ । ଭାଇ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ତା ଭଉଣୀକୁ ସମସ୍ତ ବିପଦ ଆପଦରୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥାଏ । ଏହି ଦିନଟି ଉଭୟ ଭାଇ ଓ ଭଉଣୀଙ୍କ ପାଇଁ ଏକ ଆନନ୍ଦ ଉଲ୍ଲାସର ଦିନ ହୋଇଥାଏ ।

Ay

ଚଳିତ ବର୍ଷ ୧୯ ତାରିଖ ତଥା ସୋମବାର ଦିନ ରାକ୍ଷୀ ପୂର୍ଣ୍ଣିମା ପାଳିତ ହେବାକୁ ଯାଉଛି । କିନ୍ତୁ ଏହି ଦିନ ଭଦ୍ରାକାଳ ଯୋଗ ପଡୁଥିବାରୁ ଆପଣ ସକାଳ ସମୟରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରି ପାରିବେ ନାହିଁ କି ନିଜ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ ନାହିଁ ।

କାରଣ ପୁରାଣର କଥା ଅନୁସାରେ , ଏକଦା ରାବଣଙ୍କ ଭଉଣୀ ଭଦ୍ରା କାଳ ସମୟରେ ରାବଣଙ୍କ ହାତରେ ରାକ୍ଷୀ ବାନ୍ଧିଲେ । ଯାହାର ଫଳ ସ୍ୱରୂପ ତାଙ୍କର ମୃତ୍ୟୁ ଘଟିଥିଲା । ତେଣୁ ପୁରାଣର ଏହି କଥା ଅନୁଯାୟୀ ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ଉଚିତ୍ ନୁହେଁ ।

କିନ୍ତୁ ଦ୍ୱିପ୍ରହର ୧ଟା ୩୨ ମିନିଟ୍ ପରେ ଅତ୍ୟନ୍ତ ଶୁଭ ଯୋଗ ରହିଛି । ଏହି ସମୟରେ ଆପଣ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ପାରିବେ । ଦ୍ୱିପ୍ରହର ୧ ଟା ୩୨ ମିନିଟ୍ ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅତ୍ୟନ୍ତ ଶୁଭ ଯୋଗ ରହୁ ଥିବାରୁ ଆପଣ ଏହି ସମୟରେ ରାକ୍ଷୀ ବାନ୍ଧିବା ହିଁ ଉଚିତ୍ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button