ରାଜନୀତି

ପୂର୍ବ ସରକାର ସମୟରେ ଓଡ଼ିଶା ଅଭିଶପ୍ତ ଥିଲା: ମନମୋହନ ସାମଲ

ଭୁବନେଶ୍ବର: ୭୬ ସାଧାରଣତନ୍ତ୍ର ଦିବସ ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିବାବେଳେ ଦଳର ବରିଷ୍ଠ ନେତୃତ୍ୱମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ମନମୋହନ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଶାସନର ପରିବର୍ତ୍ତନ ହୋଇଛି। ପୂର୍ବରୁ ଲୋକେ କହୁଥିଲେ ଓଡିଶା ଅଭିଶପ୍ତ ରହିଛି। ଏଥର ଆମକୁ ସୁଯୋଗ ମିଳିଛି ଆମେ ସମସ୍ତେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବୁ।

ଲୋକେ ୨୪ ବର୍ଷ ଶାସନଠାରୁ ମୁହଁ ବୁଲେଇଛନ୍ତି। ଆମକୁ ଦାୟିତ୍ଵ ଦେଇଛନ୍ତି। ଆଜି ଓଡିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହୋଇଛି।

ରାଜନୈତିକ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଆମେ ସକଳ୍ପ ନେଇଥିଲୁ ଏବଂ କରିଛୁ । ଚାଷୀଙ୍କୁ ଟଙ୍କା, ସୁଭଦ୍ରା ଯୋଜନା, ଭତ୍ତା ଏ ସବୁ ଲୋକଙ୍କ ପାଖେ ପହଞ୍ଚାଉଛୁ। ଲୋକଙ୍କ ବିକାଶ କଲେ ଲୋକ ବିଜେପିକୁ ଭୋଟ ଦେଇଥିବାରୁ ଗର୍ବ କରିବେ।
ଚାଷୀଙ୍କୁ ସହାୟତା ଦିଆଯାଇଛି ପ୍ରତିଶ୍ରୁତି ମୁତାବକ

ଅସ୍ମିତା କଥା କହି ଲୋକଙ୍କ ହୃଦୟରେ ଅଛୁ। ଆମେ ବିକଶିତ ଓଡିଶା ଗଢିବା ୨୪ ବର୍ଷ ଆମ ପାଇଁ ଲମ୍ବା ଅବଧି ନୁହଁ ୫ ବର୍ଷ ଆମ ପାଇଁ ଲମ୍ବା ଅବଧି। ଯୁବବର୍ଗଙ୍କ ଦାୟିତ୍ଵ ଗୁରୁତ୍ୱପୂର୍ଣ୍ଣ।
ଅଧିକ ପଢ଼ନ୍ତୁ:ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଡକାୟତି: ଘଣ୍ଟାଏ ଧରି ଲୁଟ୍ କଲେ

ଶିକ୍ଷା ଓଡ଼ିଶାର ମେରୁଦଣ୍ତ, ଯାହାକୁ ଆମେ ଗୁରୁତ୍ବ ପ୍ରଦାନ କରିଛୁ। ଆମ ପାଖେ ଯୋଗ୍ୟ ମାନବ ସମ୍ବଳ, ଖଣିଜ ସମ୍ପଦ, ଚିଲିକା , ପର୍ଯ୍ୟଟନ ଅଛି। କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇ ମନ ମୋହନ କହିଛନ୍ତି ଓଡ଼ିଶାରେ କୋଷ୍ଟାଲ ହାଇ ୱେ ନିର୍ମାଣ ହୋଇଛି, ବାତ୍ୟା ମୁକାବିଲା ପାଇଁ ଏହା ସହଜ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button