ଦେଶ ବିଦେଶ

ରାକ୍ଷୀ ପୂର୍ଣ୍ଣିମାରେ ବାପ ଘରକୁ ଯିବାକୁ ଚାହୁଁଥିଲେ ପତ୍ନୀ, ନାକ କାଟିଦେଲା ସ୍ୱାମୀ

ଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ। ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥାଏ। ବଦଳରେ ଭାଇ ମଧ୍ୟ ତା’ର ଭଉଣୀକୁ ରକ୍ଷା କରିବାର ପ୍ରତିଶ୍ରୁତି ଦିଏ। ଭାଇ ହାତରେ ରାକ୍ଷୀଟିଏ ବାନ୍ଧିବା ଲାଗି ଭଉଣୀ ବର୍ଷ ସାରା ଅପେକ୍ଷା କରି ରହିଥାଏ ଆଜିର ଦିନକୁ।

ଖାସ୍ ଭାଇ ହାତରେ ଏହି ସ୍ନେହର ଡୋରି ବାନ୍ଧିବା ପାଇଁ ଶାଶୁ ଘରୁ ବାପ ଘରକୁ ଆସନ୍ତି ଭଉଣୀ।

ତେବେ ବାପ ଘରକୁ ଯାଇ ଭାଇ ହାତରେ ରାକ୍ଷୀ ବାନ୍ଧିକାକୁ ଚାହୁଁଥିବା ଜଣେ ଭଉଣୀ ସହ ଘଟିଛି ଅଘଟଣ। ରାଗି ଯାଇ ତା’ ସ୍ୱାମୀ ନାକ କାଟି ଦେଇଛି। ଏଭଳି କିଛି ଘଟଣା ଘଟିଛି ଉତ୍ତର ପ୍ରଦେଶରେ।

ଉତ୍ତରପ୍ରଦେଶର ହରଦୋଇ। କୋଟଓ୍ୱାଲି ଗାଁର ପୁରଭା ନିବାସୀ ଅନୀତା ସୋମବାର ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବାପ ଘରକୁ ଯିବାକୁ ଚାହୁଁଥିଲେ। ଏଥିପାଇଁ ସେ ଜିଦ୍ ଧରି ବସିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ରାହୁଲ ଏଥିରେ ରାଜି ନଥିଲେ। ସେ ତାଙ୍କୁ ବାରମ୍ବାର ମନା କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଦେଖୁ ଦେଖୁ ଏହି ଝଗଡ଼ା ବଢ଼ିବାଗି ଲାଗିଥିଲା। ପରେ ସ୍ୱାମୀ ରାହୁଲ ରାଗି ଯାଇ ଏକ ଧାରୁଆ ଅସ୍ତ୍ରରେ ଅନୀତାଙ୍କ ନାକ କାଟି ଦେଇଥିଲେ।

ଅନୀତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। କିଛି ସମୟ ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ରାହୁଲଙ୍କ ସାନ ଭାଇ ଗୁରୁତର ଅବସ୍ଥାରେ ଅନୀତାଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରିଥିଳେ। ପ୍ରଥମିକ ଚିକିତ୍ସା ପରେ ସେଠାରୁ ତାଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟରକୁ ରେଫର୍ କରାଯାଇଥିଲା। ଅନୀତାଙ୍କ ଅବସ୍ଥା ସ୍ଥିର ରହିଛି।

ପୁଲିସ ଅନୁସାରେ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ପରେ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button