ଓଡିଶା

ମହଙ୍ଗାର ‘ମହାମାରୀ’ରେ ବେହାଲ ଖାଉଟି ,ଆଳୁ ପରେ ବଢ଼ିଲା ପିଆଜ ଦର..

ମହଙ୍ଗାର ‘ମହାମାରୀ’ରେ ବେହାଲ ସାଧାରଣ ଜନତା। ଗତ ଅର୍ଦ୍ଧବର୍ଷରୁ ଅଧିକ ଦିନ ହେଲା ଓଡ଼ିଶା ମାର୍କେଟ୍‌ ଦଖଲ କରିରଖିଛି ‘ମହଙ୍ଗା’। ଦେଶର ମହଙ୍ଗା ଖାଉଟି ସାମଗ୍ରୀ ତାଲିକାରେ କ୍ରମାଗତ ଭାବେ ଆମ ରାଜ୍ୟ ପ୍ରାୟ ୧ ନମ୍ବର ସ୍ଥାନ ଅକ୍ତିଆର କରିଚାଲିଛି। ତେବେ ଏହାରି ମଧ୍ୟରେ ବଢିଲା ପିଆଜ ଦର। ଆଳୁ ପରେ ଏବେ ଖାଉଟିଙ୍କ ଚିନ୍ତା ବଢ଼ାଉଛି ପିଆଜ। ପିଆଜ କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥବା ବେଳେ ଆଗକୁ ଦରବୃଦ୍ଧି ଆଶଙ୍କା ରହିଛି। ବଜାରରେ ଆଳୁ ଆଉ ପିଆଜ ଦରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ ଓ ବ୍ୟବସାୟୀ। ଆଳୁ ଏବେ ବଜାରରେ ଚାଳିଶ ଟଙ୍କା ଥିବାବେଳେ ପିଆଜ ଦର ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କଲାଣି। ପିଆଜ ଦର ଆଉ ଆଗକୁ ପୁଣି ବଢିବାର ଆଶଙ୍କା ଦେଖାଦେଇଥିବା ବେଳେ ଗ୍ରାହକ ଯେତେବେଳେ ଦୁଇ ତିନି କିଲୋ ଆଳୁ କିଣି ଘରକୁ ନେଉଥିଲେ ଏବେ କମାଇଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button