ଦେଶ ବିଦେଶ

ଟ୍ରମ୍ପଙ୍କ ଅଫର୍‌, ମନ୍ତ୍ରୀ ହେବେ ଏଲନ୍‌ ମସ୍କ!

ଗକୁ ଏଲନ୍ ମସ୍କଙ୍କ ଦେଖିବାକୁ ମିଳିବ ନୂଆ ରୂପ। କ୍ୟାବିନେଟ୍ ମନ୍ତ୍ରୀ ହେବେ ବିଶ୍ୱର ସବୁଠୁ ଧନୀ ତଥା ଟେସଲା ମାଲିକ ଏଲନ୍ ମସ୍କ। ତାଙ୍କୁ ମନ୍ତ୍ରୀ ମଦ ଅଫର୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେବଳ ସେତିକି ନୁହେଁ ଏଲନ୍ ମସ୍କ ମଧ୍ୟ ଏହାକୁ ସ୍ୱୀକାର କରିଥିବା ସୂଚନା ମିଳିଛି।

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋର୍ସୋର୍ରେ ପ୍ରଚାର ଜାରି ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ଏହି ନିର୍ବାଚନରେ ପରସ୍ପରକୁ ଦେଉଛନ୍ତି ଟକ୍କର। ଏହାରି ଭିତରେ ଏହି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ନାଗରିକଙ୍କୁ ବଡ଼ ପ୍ରତିଶୃତି ଦେଉଛନ୍ତି। ସେ ଟେସଲା ମାଲିକ ତଥା ପ୍ରସିଦ୍ଧ ବିଲେନିୟର୍ ଏଲନ ମସ୍କଙ୍କୁ ଏକ ବଡ଼ ଅଫର ଦେଇଛନ୍ତି।

ସେ କହିଛନ୍ତି ଯେ ଯଦି ନିର୍ବାଚନରେ ସେ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୁଅନ୍ତି, ତେବେ ସେ ଏଲନ ମସ୍କଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ କିମ୍ବା ହ୍ୱାଇଟ୍ ହାଉସ୍ର ଜଣେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶଦାତା ଭାବରେ ସୁଯୋଗ ଦେବେ। ବିଶେଷ କଥା ହେଉଛି ଏଲନ ମସ୍କ ମଧ୍ୟ ଏହି ଅଫରକୁ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱକୁ ଏଲନ ମସ୍କ ସମର୍ଥନ କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଏକ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କ କଥାକୁ ନେଇ ଲେଖାଯାଇଛି କି, ଯଦି ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ମସ୍କଙ୍କୁ କ୍ୟାବିନେଟ ମନ୍ତ୍ରୀ ଅବା ଆଡଭାଇଜର ପୋଷ୍ଟ ଅଫର କରିବେ। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଘୋଷଣା ପରେ ୟୁଜର୍ସମାନେ ଏକ୍ସରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button