ମୁହଁର କଳା ଦାଗ ପାଇଁ ଚିନ୍ତିତ ! ଆଜି ଠାରୁ ଏହାକୁ ଟ୍ରାଏ କରନ୍ତୁ, ଗୋଟେ ବି କଳା ଦାଗ କି ବ୍ରଣ ରହିବ ନାହିଁ –

ବନ୍ଧୁଗଣ ସମସ୍ତେ ମୁହଁକୁ ଅର୍ଥାତ ନିଜ ଚେହେରାକୁ ସୁନ୍ଦର କରି ରଖିବାକୁ ଚାହିଁଥାଉ । କାରଣ ସମସ୍ତଙ୍କୁ ସୁନ୍ଦର ଚେହେରା ବହୁତ ଭଲ ଲାଗିଥାଏ । ସେଥିପାଇଁ ତ ଆମେ ଦର୍ପଣରେ ଆମ ମୁହଁକୁ ବାରମ୍ବାର ଦେଖିଥାଉ । ଯେମିତି ଆମ ଚେହେରାରେ କୌଣସି ଦାଗ ରହିନଯାଇଥାଉ । ତେବେ ଅନେକ ସମୟରେ ବହୁ ପ୍ରକାର ସତର୍କତାର ରହିବା ସହ ମଧ୍ୟ ମୁହଁରେ କଳାଦାଗ ସୃଷ୍ଟି ହୋଇଥାଏ । ଯାହାକି ଚେହେରାର ସୁନ୍ଦରତାକୁ କମାଇଦେଇଥାଏ । ତେବେ ମୁହଁରେ କେଉଁ ସବୁ କାରଣ ପାଇଁ କଲାଦାଗ ସୃଷ୍ଟି ହୋଇଥାଏ ।
ପ୍ରଥମେ ସେହି ସବୁ କାରଣ ବିଷୟରେ ଏଠାରେ ଜାଣିବା । ପ୍ରଥମେତଃ ଯେତେ ସତର୍କତା ର ସହ ରହିଲେ ବି ବୟସ ବଢିଲେ ମୁହଁରେ ବିଭିନ୍ନ ପ୍ରକାର କଳା ଦାଗ ଦେଖାଯିବା ଆରମ୍ଭ ହୋଇଥାଏ । ଦିତୀୟରେ ଯେତେବେଳେ ମୁହଁରେ ବ୍ରଣ ହୋଇଥାଏ । ବ୍ରଣ ଭଲ ହୋଇଯିବା ପରେ ଚେହେରାରେ ଅନେକ ସମୟରେ କଳା ଦାଗ ଛାଡି ଯାଇଥାଏ । ତୃତୀୟରେ ବହୁତ ଲୋକଙ୍କ ମୁହଁରେ କଳା କଳା ଛଉ ହୋଇଯାଇଥାଏ । ଯାହାକି ମୁହଁର ସୁନ୍ଦରତାକୁ ହ୍ରାସ କରାଇଦେଇଥାଏ ।
ଚତୁର୍ଥରେ ବହୁତ ସମୟ ଯଦି ଖରାରେ କାମ କରୁଥାନ୍ତି । ବା ବହୁତ ସମୟ ପର୍ଯ୍ୟନ୍ତ ଖରା ଆପଣ ଚେହେରା ଉପରେ ପଡି ରହିଥାଏ । ତେବେ ତାହା ଦ୍ଵାରା ମଧ୍ୟ ମୁହଁ କଳା ଦେଖାଯାଇଥାଏ । ସେଥିପାଇଁ ଝିଅ ମାନେ ସାଧରଣତଃ ଘରୁ ବାହାରିବା ସମୟରେ ମୁହଁରେ କପଡା ବାନ୍ଧି ଘରୁ ବାହାରିଥାନ୍ତି । ତେବେ ମୁହଁରୁ କଳା ଦାଗ ହଟାଇବା ପାଇଁ ଓ ବାରମ୍ବାର ମୁହଁରେ କଳା ଦାଗ ନହେବା ପାଇଁ ଆମେ ଏହି ସବୁ ଉପାୟକୁ ନିହାତି ଭାବେ ଆପଣାଇବା ଉଚିତ ।



