ଓଡିଶା

ଏହି ତାରିଖରୁ ସୁଭଦ୍ରା ଯୋଜନାରେ ମିଳିବ ଟଙ୍କା, ମାତ୍ର ବାଦ୍‌ ପଡ଼ିବେ ଅନେକ ଲୋକ

ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଚାଲିଛି। ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ୪ଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍‌ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି। ସେହି ଘୋଷଣା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା।

ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଏବଂ କିଏ ବାଦ୍‌ ପଡ଼ିବେ ଏହାକୁ ନେଇ ଚାଲିଛି ଆଲୋଚନା। ୧୦୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ବି ଘୋଷଣା କରାଯାଇଛି।

ସୁଭଦ୍ରା ଯୋଜନା ପାଇବା ପାଇଁ କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ ଜାଣନ୍ତୁ…

୧.ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବେ।

୨.ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ।

୩.କେବଳ ବିବାହିତା ମହିଳାମାନେ ଅନ୍ତର୍ଭୁକ୍ତ ହୋଇପାରିବେ।

୪.ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ।

୫.ଆବେଦନକାରୀ କୌଣସି ସରକାରୀ ଚାକିରି କରି ନ ଥିବେ।

୬.ଅବିବାହିତାମାନେ ଆବେଦନରୁ ବାଦ୍‌ ପଡ଼ିବେ।

ଯୋଗ୍ୟ ହିିତାଧିକାରୀ ହୋଇଥିଲେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ଓ୍ବେବ୍‌ସାଇଟ୍‌ରେ ଆବେଦନ କରିବାକୁ ପଡ଼ିବ। ଆବେଦନକାରୀମାନେ ଓ୍ବେବ୍‌ସାଇଟ୍‌କୁ ଯାଇ ନିଜର ତଥ୍ୟ ପୂରଣ କରି ଆବେଦନ କରିବେ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛ ସୁଭଦ୍ରା ଯୋଜନାରେ ସାମିଲ ହେବାକୁ କ’ଣ କ’ଣ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ଜାଣି ରଖନ୍ତୁ।

୧-ଆଧାର କାର୍ଡ
୨-ବ୍ୟାଙ୍କ ଆକାଉଣ୍ଟ ତଥ୍ୟ
୩-ଠିକଣା ପ୍ରମାଣପତ୍ର
୪-ମୋବାଇଲ ନମ୍ବର
୫-ପାସପୋର୍ଟ ଫଟୋ
୬-ଆୟ ପ୍ରମାଣପତ୍ର
୭-ରାଶନ କାର୍

Related Articles

Leave a Reply

Your email address will not be published. Required fields are marked *

Back to top button