ଦେଶ ବିଦେଶ

ଏମାନଙ୍କୁ ମିଳିବନି ରାସନ କାର୍ଡ ର ସୁବିଧା, ବନ୍ଦ ହେବ ମାଗଣା ଚାଉଳ ଓ ଗହମ ! ଆସିଗଲା ମୋହନ ସରକାରଙ୍କ ନୂଆ ନିୟମ

ଓଡିଶା ରାସନ କାର୍ଡ଼ଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, କଟିଯିବ କିଛି ଜଣଙ୍କ ରାସନ କାର୍ଡ଼। ମିିିଳିବନି ଆଉ ମାଗଣା ଚାଉଳ ଏବଂ ଗହମ। ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ। ଖୁବଶୀଘ୍ର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନାନୁସାର, “ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ପ୍ରକିୟା ଆରମ୍ଭ ହୋଇଗଲାଣି।

କେୱାଇସି କାର୍ଡ ଅପଡେଟ କରାଯାଉଛି। ଯେଉଁମାନେ ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ସେମାନଙ୍କ ରାସନ କାର୍ଡ଼ କଟିଯିବ। ବାସ୍ତବରେ, ମାଗଣା ରାସନ ବଣ୍ଟନ ବ୍ୟବସ୍ଥାର ଲାଭ ପାଇବା ପାଇଁ ସରକାର କିଛି ଆବଶ୍ୟକୀୟ ଯୋଗ୍ୟତା ସ୍ଥିର କରିଛନ୍ତି। ଯେପରି ରାସନ କାର୍ଡଧାରୀମାନେ ଟିକସଦାତା ହେବା ଉଚିତ୍ ନୁହେଁ। ଆହୁରି ମଧ୍ୟ ସେ ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି। ଅର୍ଥାତ୍ ତାଙ୍କର ବାର୍ଷିକ ଆୟ ୨ ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ।

ଏହା ବ୍ୟତୀତ ତାଙ୍କ ଘରେ ଚାରି ଚକିଆ ଯାନ ରହିବା ଉଚିତ୍ ନୁହେଁ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ରାସନ କାର୍ଡ ତିଆରି କରିନାହାଁନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ। ଅଧିକାରୀମାନେ ଆପଣଙ୍କର ସୂଚନା ଯାଞ୍ଚ କରିବା ପରେ, ଆପଣଙ୍କ ନାମ ଏକ ତାଲିକାରେ ପ୍ରକାଶ ପାଇବ ଓ ଆପଣଙ୍କୁ ରାସନ କାର୍ଡ ଯୋଗାଇ ଦିଆଯିବ।

ରାସନକାର୍ଡ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ମାସକ ମଧ୍ୟରେ ହିତାଧିକାରୀଙ୍କୁ ମିଳିପାରେ ରାସନ କାର୍ଡ। ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି। ଏନେଇ ରାଜ୍ୟ ସରକାର ପ୍ରକିୟା ଆରମ୍ଭ କରିଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସେ କହିଛନ୍ତି, “ଏବେ ସୁଦ୍ଧା ରାଜ୍ୟରେ ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ରାସନ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ନୂଆ ହିତାଧିକାରୀ ଚୟନ ନିମନ୍ତେ ସରକାର ୧୨ଟି ‘ସ୍ବତଃ ଯୋଗ୍ୟ ହେବା’ ମାନଦଣ୍ଡ ଓ ୧୦ଟି ‘ବାଦ ଦେବା’ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି’।

ଅନ୍ୟପଟେ ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଇ-କେୱାଇସି ଯାଞ୍ଚ କରିବାକୁ ପଦକ୍ଷେପ ନିଆଯାଇଛି। ଏହି ଯାଞ୍ଚ ପରେ ନୂଆ ରାସନକାର୍ଡ ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button