ସ୍ୱାସ୍ଥ୍ୟ

ପାଣି ପିଇବା ସମୟରେ ମରିଗଲେବି କରନ୍ତୁନି ଏହି 5 ଟି ଭୁଲ୍, ବହୁତ ହଇରାଣରେ ପଡିବେ ।

ପାଣି ହେଉଛି ପ୍ରାଣୀଜଗତର ଜୀବନ । ପାଣି ଆମ ଶରୀର ପାଇଁ ନିହାତି ଭାବରେ ଆବଶ୍ୟକ । ପାଣି ପ୍ରଚୁର ମାତ୍ରାରେ ପିଇବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ । ବହୁତ ଲୋକ ପାଣି ପିଇଥାନ୍ତି ସତ । ହେଲେ ପାଣି ପିଇବାର ସଠିକ ଢଙ୍ଗ ଜାଣିନଥାନ୍ତି । ତେଣୁ ପାଣି ପିଇବା ଆପଣଙ୍କ ଶରୀର ପାଇଁ ଭଲ ହେବା ବଦଳରେ ପହଞ୍ଚାଇ ଦେଉଛି କ୍ଷତି । ତେବେ ଆସନ୍ତୁ ଜାଣିବା ପାଣି ପିଇବା ସମୟରେ କେଉଁ ଭୁଲ କରିବା ଅନୁଚିତ ।

 

ଆପଣ ପାଣିକୁ ପିଅନ୍ତୁ ନାହିଁ ପାଣିକୁ ଖାଆନ୍ତୁ । ଆପଣ ପାଣିକୁ ଗୋଟିଏ ଗୋଟିଏ ଢୋକ ନେଇ ପିଇବା ଉଚିତ । ପାଣିକୁ ଆପଣ ପାଟିରେ ନେଇ ପ୍ରଥମେ ଦୁଇ ରୁ ତିନି ସେକେଣ୍ଡ ପାଟି ଭିତରେ ବୁଲାନ୍ତୁ ଏହାପରେ ଯାଇ ପିଅନ୍ତୁ । ଆପଣ ଏପରି କରିବା ଦ୍ଵାରା ଆପଣଙ୍କ ପାଟିରୁ ବାହାରୁଥିବା ସାଲାଇଭା ପାଣି ସହ ଆପଣଙ୍କ ପେଟକୁ ଯାଇଥାଏ ।

ଯାହାକି ହଜମ କରିବା ପାଇଁ ସାହାଜ୍ଯ କରିଥାଏ । ଆପଣ ପିଉଥିବା ପାଣିର ତାପମାତ୍ରା ସାଧାରଣ ରହିବା ଉଚିତ । ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ପାଣି ଆପଣଙ୍କ ଶରୀର ପାଇଁ ହୋଇଥାଏ କ୍ଷତିକାରକ । ଯଦି ଗ୍ରୀଷ୍ମ ଋତୁ ହୋଇଛି ଆଉ ଥଣ୍ଡା ପାଣି ପିଇବା ପାଇଁ ଇଛା ହେଉଛି ତେବେ ଆପଣ ପାଣିକୁ ମାଟିର ପାତ୍ରରେ ରଖି ଥଣ୍ଡା ପାଣି ପିଇପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button