ଦେଶ ବିଦେଶ

ଘରର ଏହି ଦିଗରେ ରଖୁଥିଲେ ଆଇନା ହୋଇଯାଆନ୍ତୁ ସାବଧାନ ! ଘରକୁ ଆସିପାରେ ବଡ ବିପଦ !

ଆମେମାନେ ସବୁବେଳେ ଚାହିଁଥାଉ । ଯେ ଆମ ଘରେ ସବୁବେଳେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ରହିଥାଉ । ଆମ ଦ୍ଵାରା ଏମିତି କିଛି ମଧ୍ୟ ଭୁଲ ନହୋଇଯାଉ । ଯାହାଫଳରେ ଆମ ଘରକୁ ଦରିଦ୍ରତା ଓ ଅଶାନ୍ତିର ଆଗମନ ହୋଇଯିବ । ତେବେ ବନ୍ଧୁଗଣ ଆଜି ଆପଣଙ୍କୁ ଏଠାରେ ଆମେ କିଛି ଜରୁରୀ ସୂଚନା ଦେବାକୁ ଯାଉଅଛୁ । ଘରର ଛୋଟ ଛୋଟ ଜିନିଷକୁ ଯଦି ଆପଣ ଠିକ ସ୍ଥାନରେ ନରଖିଥାନ୍ତି । ତେବେ ତାହା ହୁଏତ ଆପଣଙ୍କ ଘରକୁ ବଡ ବଡ ବିପଦ ନେଇକି ଆସିଯାଇପାରେ ।

 

ତେଣୁ ଆଜି ଆମେ ଘରେ ଲଗାଯାଉଥିବା ଆଇନ ଅର୍ଥାତ ଦର୍ପଣ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ। ତେବେ ଆଇନାକୁ ଘରର କେଉଁଠି ଲଗାଇବାକୁ ବାସ୍ତୁ ଶାସ୍ତ୍ର ଅନୁସାରେ ଉଚିତ ବୋଲି ଧରା ଯାଇଥାଏ । ଏହାଛଡା ଘରର କେଉଁ ସ୍ଥାନରେ ଆଇନା ଲଗାଯିବା ଦ୍ଵାରା ଘରର ସବୁ ସୁଖଶାନ୍ତି ନଷ୍ଟ ହୋଇ ମାଟି ମିଶିଯାଇଥାଏ ସେ ସମ୍ପର୍କରେ ଆପଣ ମାନଙ୍କର ନିହାତି ଜ୍ଞାନ ଥିବା ଦରକାର ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରର ଅର୍ଥାତ ବେଡରୁମ୍ ର ବେଡ୍ ପାଖରେ ଦର୍ପଣ ଲଗାଇବାକୁ ଅଶୁଭ ବୋଲି ମାନାଯାଇଥାଏ । ଖାସ୍ କରି ଶୋଇବା ଘରର ବେଡ ସାମ୍ନାରେ କେବେବି ଦର୍ପଣ ଲଗାନ୍ତୁ ନାହିଁ । ଯେପରି ଆପଣ ଉଠିବା ମାତ୍ରେ ଆଇନା ସାମ୍ନାରେ ଆପଣଙ୍କ ଚେହେରା ଆସିଯିବ । ଏହା ବହୁତ ଅଶୁଭ ହୋଇଥାଏ। ଏହାଦ୍ବାରା ଘରେ ନକରାତ୍ମକ ଊର୍ଜାର ସଂଚାର ଘଟିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button