ଆପଣଙ୍କ Gmail ID ପାସଓ୍ଵାର୍ଡ କେହି ଜାଣି ନେଇଛନ୍ତି କି ? କରନ୍ତୁ ଏହି ଛୋଟ କାମ

ପ୍ରାୟ ପ୍ରତ୍ୟେକ ଡକ୍ୟୁମେଣ୍ଟ, ବ୍ୟାଙ୍କ ଆକାଉଣ୍ଟ କିମ୍ବା କୌଣସି ଆପ୍ଲିକେସନ୍, ୱେବସାଇଟକୁ ଲଗଇନ୍ କରିବା ପାଇଁ Gmail ID ବ୍ୟବହାର ହୁଏ । ଏପରି ପରିସ୍ଥିତିରେ ଯଦି ଅନ୍ୟ କେହି ଏହାର ପାସୱାର୍ଡ ଜାଣନ୍ତି, ତେବେ ଏହା ଅସୁବିଧା ସୃଷ୍ଟି କରିପାରେ । ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ, ଆପଣଙ୍କର ଇମେଜ୍ ପ୍ରଭାବିତ ହୋଇପାରେ ।
ଯଦି କେହି Gmailର ପାସୱାର୍ଡ ଜାଣି ନିଅନ୍ତି, ତେବେ ସେ ଆପଣଙ୍କ ବିଷୟରେ ସବୁକିଛି ଜାଣିପାରିବ । ଏହାକୁ ଏଡାଇବା ପାଇଁ ଆପଣ ତୁରନ୍ତ କଣ କରିବେ ଜାଣି ରଖନ୍ତୁ ।
ଯଦି କେହି ଅଜାଣତରେ କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ ଆପଣଙ୍କର ପାସୱାର୍ଡ ଜାଣିନିଅନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଥିପାଇଁ ସର୍ବପ୍ରଥମେ ଆପଣଙ୍କ ସ୍ମାର୍ଟଫୋନରେ କ୍ରୋମ୍ ଆପ୍ ଖୋଲନ୍ତୁ, ଆପ୍ ଖୋଲିବା ପରେ ସେଟିଙ୍ଗ୍ ଅପ୍ସନ୍ କୁ ଯାଆନ୍ତୁ । ସେଟିଂରେ ଆପଣଙ୍କୁ ପ୍ରାଇଭେସୀ ଆଣ୍ଡ ସିକ୍ୟୁରିଟି ଅପ୍ସନ ସୋ କରିବ । ଗୋପନୀୟତା ଏବଂ ସୁରକ୍ଷା ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ Phone as A security Key ଦେଖିବାକୁ ପାଇବେ । ଯେତେବେଳେ ଆପଣ ଏହା ଉପରେ କ୍ଲିକ୍ କରିବେ ଆପଣ ଦୁଇଟି ଡିଟେଲ୍ସ ପାଇବେ ।
ପ୍ରଥମ ନମ୍ବରରେ ଆପଣଙ୍କର ଡିଭାଇସ୍ ଲେଖାଥିବ ଏବଂ ଦ୍ୱିତୀୟ ନମ୍ବରରେ ଲିଙ୍କ୍ ହୋଇଥିବା ଡିଭାଇସ୍ ଲେଖାଥିବ । ସମସ୍ତ ଲିଙ୍କ୍ ହୋଇଥିବା ଡିଭାଇସ୍ ରିମୋଭ କରିବାର ଅପ୍ସନ ବ୍ଲୁ ବକ୍ସରେ ଥିବା ଦେଖିବାକୁ ପାଇବେ ।
ସମସ୍ତ ଲିଙ୍କ୍ ହୋଇଥିବା ଡିଭାଇସ୍ ରିମୋଭ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କ ପାସୱାର୍ଡ ଜାଣିବା ପରେ ବି କେହି ଆପଣଙ୍କ Gmailକୁ ଲଗ୍ଇନ୍ କରିପାରିବେ ନାହିଁ ।