ଓଡିଶା

ତେଲ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହେଲା ବସ୍ , ୪ ମୃତ

ହିଞ୍ଜିଳିକାଟୁ : ଏମିତି ବି ଆସେ ମୃତ୍ୟୁ । ଚା ପିଉଥିବାବେଳେ ଚାଲିଗଲା ଜୀବନ । ବସ୍ -ଟ୍ୟାଙ୍କର ଧକ୍କା, ୪ ମୃତ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ ୫୯ କଡ଼ ସମରଝୋଳ ଛକରେ ଏକ ମାଲବୋଝେଇ ଟ୍ରକ ଛିଡା ହୋଇଥିବାବେଳେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଖମ୍ବେଶ୍ବରୀ ନମାକ ଏକ ଘରୋଇ ବସଟି ଟ୍ରକକୁ ଓଭରଟେକ୍ କରିଥିଲା ।

ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହାପରେ ଦୁଇଟି ଗାଡ଼ି ରାସ୍ତା କଡରେ ଥିବା ଚା ଦୋକାନ ଉପରକୁ ମାଡ଼ି ଯାଇଥିଲା । ଫଳରେ ଚା ଦୋକାନରେ ଛିଡା ହୋଇ ଚା ପିଉଥିବା ୩ ଜଣଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ୧୨ ଯାତ୍ରୀଙ୍କୁ ଗୁରୁତର ଆହତ ଅବସ୍ଥାରେ MKCGରେ ଭର୍ତ୍ତି କରାଯାଇଛି। ହିଞ୍ଜିଳି, ଶେରଗଡ଼, ବେଲଗାଁ ଆଇଆଇସି ଓ ବିଭିନ୍ନ ଫାୟର ଷ୍ଟେସନର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। । ଦୁର୍ଘଟଣା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ଥିତି ସମୀକ୍ଷା କରି ମେଡିକାଲରେ ଆହତଙ୍କୁ ଭେଟିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

Related Articles

Leave a Reply

Your email address will not be published. Required fields are marked *

Back to top button