ଦେଶ ବିଦେଶ

ଗଣଦୁଷ୍କର୍ମ ପରେ ପୁଲିସ ଏତଲା ନରଖିବାରୁ ଜୀବନ ହାରିଲେ ପୀଡ଼ିତା

କ୍ଷ୍ନୌ: ଗଣଦୁଷ୍କର୍ମ ପରେ ପୁଲିସ ଏତଲା ନରଖିବାରୁ ଜୀବନ ହାରିଲେ ପୀଡ଼ିତା। ଉତ୍ତରପ୍ରଦେଶର ଅମ୍ବେଦକର ନଗରରେ ଘଟିଛି ଏଭଳି ଘଟଣା। ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ୩ଜଣ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଲେଖାଇବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ହେଲେ ଏହି ଅପରାଧ ପାଇଁ ଦାୟୀ ଥିବା ତିନିଜଣଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ କରିବାକୁ ପୁଲିସ ସବ୍-ଇନ୍ସପେକ୍ଟର ମନା କରି ଦେଇଥିଲେ।

ଏହି ଘଟଣାରେ ପୁଲିସର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ସୃଷ୍ଟି କରିଛି।

ସୂଚନା ମୁତାବକ, ଗଣଦୁଷ୍କର୍ମ ହେବା ପରେ ପୀଡ଼ିତା ନ୍ୟାୟ ଆଶାରେ ପୁଲିସ ଷ୍ଟେସନ ଯାଇଥିଲେ। ହେଲେ ସବ୍-ଇନ୍ସପେକ୍ଟର ନାସିର କୁରେଶୀ ଏତଲା ନଲେଖି ପୀଡ଼ିତାଙ୍କ ବାପାଙ୍କୁ ଏତଲା ଲେଖିବାକୁ କହିଥିଲେ। ପୀଡ଼ିତାଙ୍କ ବାପା ଯାହା ଲେଖିଥିଲେ, ସେଥିରୁ ମୁଖ୍ୟ ବିବରଣୀ ହଟାଇ ଦେଇଥିଲେ କୁରେଶୀ। ଏହା ଦେଖି ପୀଡ଼ିତା ଭାଙ୍ଗିପଡ଼ିବା ସହ ନ୍ୟାୟ ଆଉ ମିଳିବ ନାହିଁ ବୋଲି ଭାବି ଘରେ ଫାଶୀ ଲଗାଇ ଜୀବନ ହାରିଥିଲେ। ଜୀବନ ହାରିବା ପରେ ବ୍ୟବଚ୍ଛେଦ ରିପୋର୍ଟରେ ପୀଡ଼ିତାଙ୍କ ବ୍ୟକ୍ତିଗତ ଅଙ୍ଗଳରେ କୌଣସି ପ୍ରକାର ଆଘାତ ଲାଗିନଥିବା ଦାବି କରାଯାଇଛି।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଏସଆଇ ନାସିର କୁରେଶୀ ଏତଲା ରଖିନଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button