ଓଡିଶା

ଏ କି ସମ୍ମାନ, ସ୍ୱର୍ଗତଃ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିରେ ଚାଦର ଢାଙ୍କିବା ନେଇ ଦୃଢ଼ ନିନ୍ଦା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାରେ ପୂଜ୍ୟପୂଜାକୁ ଅସମ୍ମାନ । ଏଭଳି ଅସମ୍ମାନ ଖୋଦ ଶାସକ ବିଜେପି କରିଥିବା ଅଭିଯୋଗ ହୋଇଛି । ଜାରକା ସ୍ଥିତ ଧର୍ମଶାଳା କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ପୂର୍ବତନ ବିଧାୟକ, ସାଂସଦ ତଥା ମନ୍ତ୍ରୀ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ତେବେ ଏଠାରେ ଜିଲ୍ଲା ବିଜେପି ପକ୍ଷରୁ ଗତ ୨୪ତାରିଖରେ ଦଳର ସଦସ୍ୟତା ଅଭିଯାନ କର୍ମଶାଳା କାର୍ଯ୍ୟକ୍ରମ ସମୟରେ ସ୍ବର୍ଗତ ଦାସଙ୍କ ପ୍ରତିମୂର୍ତ୍ତିକୁ ଏକ ଚାଦରରେ ଢାଙ୍କି ଦିଆଯାଇଥିଲା ।

ମୁହଁରୁ ପାଦ ପର୍ଯ୍ୟନ୍ତ ଚାଦରରେ ପ୍ରତିମୂର୍ତ୍ତିକୁ ଆବଦ୍ଧ କରି ଦିଆଯାଇଥିବା ଦେଖିବାକୁ ମିଳିଥିଲା । କିଏ ଏଭଳି କଲା ତାହା ସ୍ପଷ୍ଟ ଜଣାପଡିନଥିଲେ ବି ବିଜେପିର କାର୍ଯ୍ୟକ୍ରମ ଥିବାରୁ ଦଳର କର୍ମୀ ଓ ସମର୍ଥକ ମାନେ ଏଭଳି କରିଥିବା ବିଜେଡି ଅଭିଯୋଗ କରିଛି ।

ଜଣେ ପୂର୍ବତନ ମନ୍ତ୍ରୀ, ବିଧାୟକଙ୍କ ପ୍ରତିମୂର୍ତ୍ତି ପ୍ରତି ଏଭଳି ଅସମ୍ମାନ କରାଯିବା ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ପ୍ରତିକ୍ରିୟା ପ୍ରକାଶ ପାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାର ମନ୍ତ୍ରୀ, ବିଧାୟକ ଓ ରାଜ୍ୟ ନେତୃମଣ୍ଡଳୀ ଯୋଗଦେଇଥିଲେ ବି ଏଥିପ୍ରତି କାହାର ଦୃଷ୍ଟି ନପଡିବା ସମସ୍ତଙ୍କୁ ବିସ୍ମିତ କରିଛି । ଧର୍ମଶାଳାରେ ଏଭଳି ଅଶୋଭନୀୟ ଆଚରଣ ହୀନ ରାଜନୀତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button