ଦେଶ ବିଦେଶ

କଲକାତା ଘଟଣା; ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ : କୋଲକାତାର ଆରଜି କର ହସ୍ପିଟାଲ୍‌ରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ଦ୍ବିତୀୟ ଦିନରେ ଗୁରୁବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି। ଗତ ଶୁଣାଣିରେ କୋର୍ଟଙ୍କ ଠାରୁ ମିଳିଥିବା ନ‌ିର୍ଦ୍ଦେଶ ଅନୁଯାଇ ଆଜି ସିବିଆଇ ଓ ପଶ୍ଚିମବଙ୍ଗ ସରକାର ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି।

ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଡିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
ଗତ ଶୁଣାଣିରେ କୋର୍ଟ ପଶ୍ଚିମବଙ୍ଗ ସରକାର ଓ ପୁଲିସକୁ ଅଗଷ୍ଟ ୧୪ରେ ଏକ ପ୍ରତିବାଦ ଶୋଭାଯାତ୍ରା ସମୟରେ ମାମଲା ପରିଚାଳନା ଏବଂ ଡାକ୍ତରଖାନାରେ ଘଟିଥିବା ଭଙ୍ଗାରୁଜା ପରିଚାଳନାରେ ଅନେକ ତ୍ରୁଟିକୁ ନେଇ ପ୍ରଶ୍ନ କରିଥିଲେ। ଆରଜି କର ମେଡିକାଲ କଲେଜ ହସ୍ପିଟାଲ ଓ ହଷ୍ଟେଲକୁ ସୁରକ୍ଷା ଯୋଗାଇ ଦେବାକୁ କୋର୍ଟ ସିଆଇଏସଏଫକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଡାକ୍ତରୀ ବୃତ୍ତିଜୀବୀଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟ ସ୍ଥିତିର ଅଭାବ ସହିତ ଜଡିତ ବ୍ୟବସ୍ଥାଗତ ସମସ୍ୟାର ମୁକାବିଲା ପାଇଁ କୋର୍ଟ ନ୍ୟାସନାଲ ଟାସ୍କ ଫୋର୍ସ ମଧ୍ୟ ଗଠନ କରିଛନ୍ତି।
ମୃତ ମହିଳା ଡାକ୍ତରଙ୍କ ନାମ, ଫଟୋ ଓ ଭିଡିଓ ହଟାଇବା ପାଇଁ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ଆଇଟି ମନ୍ତ୍ରଣାଳୟ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମକୁ କହିଛି। ଆଇଟି ମନ୍ତ୍ରଣାଳୟ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମୃତ ଡାକ୍ତରଙ୍କ ପରିଚୟ ଯୋଗ୍ୟ ଉଲ୍ଲେଖକୁ ତୁରନ୍ତ ହଟାଇବାକୁ କହିଛି। ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ ଅଦାଲତଙ୍କ ଆଦେଶ କୁ ପାଳନ ନକଲେ ଆଇନଗତ ପରିଣାମ ଏବଂ ପରବର୍ତ୍ତୀ ନିୟାମକ କାର୍ଯ୍ୟାନୁଷ୍ଠାନ ହୋଇପାରେ। ସୂଚନା ଅନୁସାରେ ଏହି ଘଟଣାରେ ଗତ ୬ଦିନ ମଧ୍ୟରେ ସିବିଆଇ ଲଗାତାର ଦୁଇ ଜଣଙ୍କୁ ପଚରାଉଚରା କରିଛି। ଏଥିରେ ପ୍ରଥମ ଅଭିଯୁକ୍ତ ହେଉଛନ୍ତି ସଞ୍ଜୟ ରାୟ ଓ ଅନ୍ୟ ଜଣେ ହେଲେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ। ସିବିଆଇ ଟିମ୍‌ ସଂପୃକ୍ତ ହସ୍ପିଟାଲ ଯାଇ ସମସ୍ତ ଫୋରେନସିକ୍‌ ଯାଞ୍ଚ ସହିତ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଛି।
କାହିଁକି ଶୀଘ୍ର ଶୀଘ୍ର ଡାକ୍ତରଙ୍କ ମୃତଦେହକୁ ଦାହ କରାଯାଇଥିଲା । ତେବେ କାହିଁକି ତରବରିଆ ଭାବେ ଦାହ କରାଯାଇଥିଲା । ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାନିଘାଟ ଶ୍ମଶାନରେ ମହିଳା ଡାକ୍ତରଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତେବେ ସେହିଦିନ କଣ ହୋଇଥିଲା? ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ମଶାନଘାଟ ଇନଚାର୍ଜ ମ୍ୟାନେଜର । ମୃତକଙ୍କ ମା ସେହିଦିନ ଘଟଣାରେ କୌଣସି ହସ୍ତକ୍ଷେପ କରିନଥିଲେ । ଏହାସହ ସେ କହିଛନ୍ତି କି, ଅନ୍ୟଦିନ ଅପେକ୍ଷା ସେହିଦିନ ଅଧିକ ଶବ ଦାହ ପାଇଁ ପାନିଘାଟକୁ ଆସିଥିଲା । ଆମେ ଟିଭି ଦେଖି ଜାଣିଥିଲୁ କି, ମହିଳା ଡାକ୍ତରଙ୍କ ଶବ ମଧ୍ୟ ଏଠାକୁ ଆସିବ । ଏହା ପୂର୍ବରୁ ଭିଡ଼ ହେବ ଭାବି ଆମେ ମଧ୍ୟ ପ୍ରସ୍ତୁତ ରହିଥିଲୁ । କିନ୍ତୁ ମୃତଦେହ ପହଞ୍ଚିବା ପୂର୍ବରୁ ଶ୍ମଶାନ ଆଗରେ ଲୋକଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ବିଧାୟକଙ୍କ ସହ ପୋଲିସ ଫୋର୍ସ ମଧ୍ୟ ଉପସ୍ଥିତ ରହିଥିଲେ । ପୋଲିସ ଉପସ୍ଥିତିରେ ଅନ୍ୟ ଶବକୁ ରଖାଯାଇ ପ୍ରଥମେ ଡାକ୍ତରଙ୍କ ମୃତଦେହକୁ ଦାହ କରାଯାଇଥିଲା । ପୂର୍ବରୁ ୨ଟି ଶବ ରହିଥିଲା । ମାତ୍ର ସେମାନଙ୍କୁ ଅପେକ୍ଷା କରିବା ପାଇଁ ଅନୁରୋଧ କରାଯାଇଥିଲା । ଏବଂ ଡାକ୍ତରଙ୍କ ଶବକୁ ପ୍ରଥମେ ଦାହ କରାଯାଇଥିଲା । ଏଭଳି ସମ୍ବେଦନଶୀଳ ଘଟଣାରେ ପଶ୍ଚିମବଙ୍ଗ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ। ଶବ ବ୍ୟବଚ୍ଛେଦ ପରେ ମାମଲା ରୁଜୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କୋର୍ଟ। ଶବ ବ୍ୟବଚ୍ଛେଦ ପରେ ମାମଲା ରୁଜୁ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ। ଯଦି ସ୍ୱାଭାବିକ ମୃତ୍ୟୁ ହୋଇଥିଲା ତେବେ ଶବ ବ୍ୟବଚ୍ଛେଦ କାହିଁକି କରାଗଲା। ଗତ ୩୦ବର୍ଷ ଭିତରେ ଏଭଳି ଅବହେଳା କେବେ ଦେଖିନଥିବା ଜଷ୍ଟିସ୍‌ ପାରଦିୱାଲା କହିଛନ୍ତି। ଘଟଣାରେ ପଶ୍ଚିମବଙ୍ଗ ପୁଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ।
ଏହି ଘଟଣାରେ ଆଜି ସୁପ୍ରିମକୋର୍ଟରେ ସିବିଆଇ ଓ କଲକାତା ପୁଲିସ ପୃଥକ ପୃଥକ ଭାବେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ଷ୍ଟାଟସ୍‌ ରିପୋର୍ଟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ସିବିଆଇ। ଘଟଣା ବାବଦରେ ପରିବାରକୁ ବିଳମ୍ବରେ ଖବର ଦିଆଯାଇଥିଲା। ପ୍ରଥମେ ଆତ୍ମହତ୍ୟା କହି ଘଟଣାକୁ ଚପାଇ ଦେବାକୁ କର୍ତ୍ତୃପକ୍ଷ ପୁରା ଉଦ୍ୟମ କରିଥିଲେ। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ସନ୍ଦେହ ସୃଷ୍ଟି କରିଛି। କୋର୍ଟ କହିଛନ୍ତି ମାମଲା ରୁଜୁ ହେବା ଓ ଶବ ବ୍ୟବଚ୍ଛେଦ ସମୟ ମଧ୍ୟରେ ଅନ୍ତର ରହିଛି। ଏହାସହିତ ଅଭିଯୁକ୍ତଙ୍କ ଡାକ୍ତରୀମାଇନା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କୋର୍ଟ।
କଲକାତା ପୁଲିସ ପକ୍ଷରୁ ଦାଖଲ ହୋଇଥିବା ଷ୍ଟାଟସ୍‌ ରିପୋର୍ଟରେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରାଯାଇଛି। ଘଟଣା ଦିନର ସମ୍ପୂର୍ଣ୍ଣ ବବରଣୀ ଉପସ୍ଥାପନ କରାଯାଇଛି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ସେପଟେ ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ସର୍ବୋଚ୍ଚ ଅଦାଲତ। ସର୍ବୋଚ୍ଚ ନ୍ୟାୟାଳୟ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଆନ୍ଦୋଳନ ଚଳାଇଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଡାକ୍ତର ଏବଂ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଡାକ୍ତରମାନଙ୍କ କାର୍ଯ୍ୟ ସମୟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଡାକ୍ତରମାନେ ୩୬ ରୁ ୩୮ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବାରୁ ପ୍ରଧାନ ବିଚାରପତି ଚିନ୍ତା ପ୍ରକଟ କରିଛନ୍ତି।

କ’ଣ ଥିଲା ଘଟଣାକ୍ରମ
ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେ ସେଠାରେ ଚେଷ୍ଟ ମେଡିସିନ ବିଭାଗର ପିଜି ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ମେଡିକାଲ କଲେଜର ସେମିନାର ହଲରେ ତାଙ୍କର ମୃତ ଦେହ ମିଳିଥିଲା।
ତେବେ ଏହି ଘଟଣାକୁ ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।
ଏହି ମାମଲାରେ ଏବେ ସିବିଆଇ ନିଜ ତଦନ୍ତ ଜାରି ରଖିଛି। ଆରଜି କର ମେଡିକାଲ କଲେଜର କିଛି ଡାକ୍ତର ଓ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା କରାଯାଇଛି।
ତେବେ ସିବିଆଇ ତଦନ୍ତ ମଧ୍ୟରେ ଗତ ଏହି ଘଟଣା ପରେ ସାରା ଦେଶରେ ଡାକ୍ତର ସଂଘ, ଛାତ୍ର ସଂଗଠନ ଏବଂ ନାଗରିକ ଗୋଷ୍ଠୀ ଦ୍ୱାରା ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସ୍ୱାଧୀନତା ଦିବସ ଅବସରରେ କୋଲକାତାର ଅନେକ ଅଞ୍ଚଳରେ ରାତିର ପୁନରୁଦ୍ଧାର ‘ଅଭିଯାନ ଦ୍ୱାରା ଉତ୍ତେଜନା ଦେଖାଦେଇଥିଲା। ୧୫ ଅଗଷ୍ଟ ଦିନ ସକାଳ ୧୨.୩୦ ସମୟରେ ଯେତେବେଳେ ଡାକ୍ତରଖାନାରେ ଏକ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା ​​ସେତେବେଳେ ଆରଜି କର ମେଡିକାଲ କଲେଜ ହସ୍ପିଟାଲ ବୁଧବାର ରାତିରେ ହଜାର ହଜାର ସଂଖ୍ୟାରେ ଲୋକେ ଆସି ଉକ୍ତ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ। ସେମାନେ ହସ୍ପିଟାଲର ସେମିନାର ରୁମ ସହ ସିସିଟିଭି ଓ ଅନ୍ୟ ସରଞ୍ଜାମ ଭାଙ୍ଗି ଦେଇଥିଲେ। ଏହି ସମୟରେ ସେମାନେ ଅନେକ ପ୍ରମାଣ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପଶ୍ଚିମବଙ୍ଗ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଠୋର ଭର୍ସନା କରିଛନ୍ତି। ଜରୁରୀକାଳୀନ ୱାର୍ଡ ଏବଂ ଡାକ୍ତରଖାନାର ଅନ୍ୟାନ୍ୟ ବିଭାଗକୁ ଭଙ୍ଗାରୁଜା କରିଥିଲେ। ୧୭ ଅଗଷ୍ଟ ୨୦୨୪ ରେ ଚବିଶ ଘଣ୍ଟା ପାଇଁ ଜରୁରୀକାଳୀନ ସେବା ବ୍ୟତୀତ ଦେଶବ୍ୟାପୀ ଚିକିତ୍ସା ସେବା ପ୍ରତ୍ୟାହାର କରିବାକୁ ଆହ୍ୱାନ ଦେଇଥିଲା।
କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଆରଜି କର ମେଡିକାଲ କଲେଜ ହସପିଟାଲରେ ଅପରାଧର ଯାଞ୍ଚର ଅଗ୍ରଗତି ସମ୍ପର୍କରେ ୨୨ ଅଗଷ୍ଟ ୨୦୨୪ ସୁଦ୍ଧା ଏହି କୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ। ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ ୨୨ ଅଗଷ୍ଟ ୨୦୨୪ ସୁଦ୍ଧା ଘଟଣା ପରେ ହସ୍ପିଟାଲରେ ଘଟିଥିବା ଭଙ୍ଗାରୁଜା ଘଟଣାର ତଦନ୍ତର ଅଗ୍ରଗତି ସମ୍ପର୍କରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ। ୨୨ ଅଗଷ୍ଟ ୨୦୨୪ ରେ ଏହି ବିଷୟ ତାଲିକାଭୁକ୍ତ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button