ଦେଶ ବିଦେଶ

ଘର ତିଆରି କରିବାକୁ ସହାୟତା କରିବେ ସରକାର, ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା

ସମସ୍ତଙ୍କୁ ଘର ଯୋଗାଇବାର ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରୂପାୟନ କରିବାରେ ଓଡ଼ିଶା ନୂଆ ନୀତି ଆପଣାଇବାକୁ ଯାଉଛି। ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ।

ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ। ଏହିକ୍ରମରେ ହିତାଧିକାରୀଙ୍କ ଲାଗି ଅଧିକ ୬୦ ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା କରିବେ ରାଜ୍ୟ ସରକାର। ପୂର୍ବରୁ ଜଣେ ହିତାଧିକାରୀଙ୍କୁ ‘ଆବାସ’ ଯୋଜନାରେ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିଲା ଏବେ ତାହା ୧ଲକ୍ଷ ୮୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ।

ସେପଟେ ପୂର୍ବ ସରକାରର ‘ମୋ ଘର’ ଯୋଜନାକୁ କଟାକ୍ଷ କରିଛନ୍ତି ଗ୍ରାମ୍ୟ ଓ ପଂଚାୟତ ରାଜି ମନ୍ତ୍ରୀ ରବି ନାୟକ। ଏହାଛଡ଼ା ମନରେଗା ଯୋଜନା ମାଧ୍ୟମରେ ମିଳିଥିବା ସହାୟତାକୁ ମିଶାଇଲେ ଜଣେ ଆବାସ ଯୋଜନାରେ ଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ସହାୟତା ପାଇବ ବୋଳି ସେ କହିଛନ୍ତି।

ପ୍ରାକୃତିକ ବିର୍ଯ୍ୟୟ କିମ୍ବା ଅନ୍ୟ କାରଣରୁ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ନୂଆ ଯୋଜନା ଅନ୍ତ୍ୟୋର୍ଦୟ ଯୋଜନାରେ ମଧ୍ୟ ଘର ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ବିଶେଷକରି ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ, କିମ୍ବା କୌଣସି କାରଣରୁ ଘର ପୋଡିଲେ, ସେହି ସବୁ କ୍ଷତିଗ୍ରସ୍ତଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦିଆଯିବ।

ପୂର୍ବରୁ ଏହିସବୁ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା। ଭାଜପା ସରକାର ନୂଆ ଯୋଜନା ଆଣିଛନ୍ତି, ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ।

ଅନ୍ୟପଟେ ନିର୍ବାଚନ ପୂର୍ବରୁ, ପୂର୍ବ ସରକାର ଆଣିଥିବା ମୋ ଘର ଯୋଜନାକୁ ସମାଲୋଚନା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ଆବାସ ଯୋଜନାରେ ୩କୋଟି ଲୋକଙ୍କୁ ଘର ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button