ଦେଶ ବିଦେଶ

ମୋବାଇଲର ବ୍ୟବହାର କ’ଣ? ପିଲାଟି ଲେଖିଲା ପ୍ରଶ୍ନର ଏମିତି ଉତ୍ତର, ଥରେ ନୁହେଁ ବାରମ୍ବାର ପଢିବେ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସଭିଁଙ୍କ ହାତରେ ମୋବାଇଲ ଥିବା ସାଧାରଣ କଥା । ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କ ହାତରେ ସ୍କାର୍ଟଫୋନ୍‌ ନିଶ୍ଚୟ ଦେଖିପାରିବେ । ଅନେକ ସମୟରେ ମୋବାଇଲର ଅତ୍ୟଧିକ ବ୍ୟବହାର କରି ଲୋକେ ରୋଗଗ୍ରସ୍ତ ମଧ୍ୟ ହେଉଛନ୍ତି । ନିଜ ଜୀବନକୁ ବିପଦରେ ପକାଉଛନ୍ତି । ତେବେ ନିକଟରେ ମୋବାଇଲର ବ୍ୟବହାର ଉପରେ ପିଲାଟି ଲେଖିଥିବା ପ୍ରଶ୍ନର ଭିନ୍ନ ଉତ୍ତର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି ।

ଜଣକ ଜୀବନରେ ମୋବାଇଲର ଭୂମିକା କ’ଣ ରହିଛି ତାହା ଉପରେ ପିଲାଟି ବର୍ଣ୍ଣନା କରିଛି । ଶିକ୍ଷକ ମଧ୍ୟ ପିଲାଟିକୁ ୧୦/୧୦ ମାର୍କ ଦେଇଛନ୍ତି। ଭାଇରାଲ ହେଉଥିବା ଏହି ଉତ୍ତର ଖାତା ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

 

ଲେଖିଛି,ମୋବାଇଲ ନାହିଁ ତ ମୁଡ୍‌ ଅଫ୍‌ । ମୁଡ୍‌ ଅଫ ମାନେ ପାଠ ନାହିଁ । ପାଠ ନାହିଁ ମାନେ ଚାକିରି ନାହିଁ । ଚାକିରି ନାହିଁ ମାନେ ପଇସା ନାହିଁ । ପଇସା ନାହିଁ ମାନେ ଖାଦ୍ୟ ନାହିଁ । ଖାଦ୍ୟ ନାହିଁ ମାନେ ଦେହ ଖରାପ ଓ ଅସୁନ୍ଦର ଦେଖାଯିବା । ଅସୁନ୍ଦର ଦେଖାଯିବା ମାନେ ଜୀବନରେ ପ୍ରେମ ନ ରହିବା… ।
ଲୋକେ ଏହି ପୋଷ୍ଟକୁ ଖୁବ୍‌ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ପ୍ରାୟ ୨.୪ କୋଟିରୁ ଅଧିକ ଥର ଦେଖାଯାଇ ସାରିଛି । ପୋଷ୍ଟକୁ ଦେଖିବା ପରେ ଲୋକେ ଅନେକ କୌତୁକିଆ ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button