ଓଡିଶା

କଲେଜ ନିର୍ବାଚନ ନେଇ ଦୁଇ ମନ୍ତ୍ରୀଙ୍କ ଦୁଇଟି କଥା, ଆଇନ ମନ୍ତ୍ରୀ ମନା କଲେ, ଉଚ୍ଚଶିକ୍ଷା ମନ୍ତ୍ରୀ କହିଲେ ଦେଖିବୁ

ଭୁବନେଶ୍ବର: ଚଳିତ ବର୍ଷ କଲେଜ ନିର୍ବାଚନ ହୋଇପାରିବ ନାହିଁ। କାରଣ ସମୟ ପାଖେଇ ଯାଇଥିବାରୁ ତାହା ବର୍ତ୍ତମାନ କରିବା ସମ୍ଭବକର ନୁହେଁ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହା କହିବା ପରେ ବିଧାନସଭା ହୁଲୁସ୍ତୁଲ। ଚଳିତ ବର୍ଷ ନିର୍ବାଚନ କରାଯାଉ ବୋଲି ବିରୋଧୀ କଂଗ୍ରେସ ଦାବୀ କରିଛି। ଏଥିସହିତ କେତେକ ଛାତ୍ର ସଂଗଠନ ମଧ୍ୟ ଏହାକୁ ବିରୋଧ କରିଛି।

ତେବେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ନେଇ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି ଯେ, କଲେଜ ନିର୍ବାଚନ ନେଇ ରାଜ୍ୟ ସରକାର ଠିକ ସମୟରେ ଠିକ ନିଷ୍ପତି ନେବେ। ଚଳିତ ବର୍ଷ ନିର୍ବାଚନ ହେବ କି ନାହିଁ ବୋଲି ପଚାରିବାରୁ କହିଲେ ସରକାର ଠିକ ସମୟରେ ଠିକ ନିଷ୍ପତି ନେବେ। ଅର୍ଥାତ ଚଳିତ ବର୍ଷ ନିର୍ବାଚନ ହେବ ନାହିଁ ବୋଲି ସେ କହିଲେ ନାହିଁ। ଫଳରେ ଛାତ୍ର ସଂସଦ ନିର୍ବାଚନ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button