ଦେଶ ବିଦେଶ

ଦେଖନ୍ତୁ ଭିଡିଓ: ସ୍ଵାଧୀନତା ଦିବସରେ ରିଲ୍ସ କରିବା ପୋଲିସ ଅଧିକାରୀଙ୍କୁ ପଡିଲା ମହଙ୍ଗା, ହେଲେ ନିଲମ୍ବିତ

ଭାଇରାଲ୍ ହେଲା ଭିଡ଼ିଓ । ସ୍ୱାଧୀନତା ଦିବସରେ ଭିଡ଼ିଓ କରିବା ପୋଲିସ୍ ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା ! ମିଳିଲା ଏପରି କିଛି ଦଣ୍ଡ । ତିନି ମାସ ପାଇଁ ହେବାକୁ ପଡ଼ିଲା ନିଲମ୍ବିତ । ତେବେ ଭିଡ଼ିଓ କରିବା ଏତେ ମହଙ୍ଗା ପଡ଼ିବ ବୋଲି କିଏ ବା ଜାଣିଥିଲା ।

ଏଭଳି ଏକ ଭାଇରାଲ ଭିଡ଼ିଓ ଦେଖିବାକୁ ମିଳିଛି ମହାରାଷ୍ଟ୍ର ନାଗପୁର ଜିଲ୍ଲା ତହସିଲ ପୋଲିସ୍ ଷ୍ଟେସନରୁ । ତେବେ ଏହି ଭିଡ଼ିଓ ଅନୁଯାୟୀ, ପୋଲିସ ଷ୍ଟେସନର ଚାରି ଜଣ ପୋଲିସ ଅଧିକାରୀ ସ୍ଵାଧିନତା ଦିବସ ତଥା ଗତ ୧୫ ତାରିଖ ଦିନ ଏକ ରିଲ୍ସ ବନାଇଥିଲେ ।

ଯେଉଁଥିରେ ସେମାନେ ଏକ ଫିଲ୍ମ ଗୀତରେ ଡ୍ୟାନ୍ସ କରୁଥିବାର ଆପଣଙ୍କୁ ଦେଖିବାକୁ ମିଳିବ । ଏବଂ ଗୀତଟି ଥିଲା ପାନ୍ ବନା ରସୱାଲା । ଯେଉଁଥିରେ ସେମାନେ ଖୁସିରେ ନାଚୁଥିଲେ । କିନ୍ତୁ ତାଙ୍କୁ ଏହି ଭିଡ଼ିଓ ବନାଇବା ଅତ୍ୟନ୍ତ ମହଙ୍ଗା ପଡିଛି । ଥାନା ଭିତରେ ଭିଡ଼ିଓ ବନାଉଥିବା ଅପରାଧରେ ଚାରି ଜଣଙ୍କୁ ତିନି ମାସ ପାଇଁ ନିଲମ୍ବିତ କରା ଯାଇଛି ।

ତେବେ ସୂଚନା ଅନୁସାରେ , ଏହି ଚାରି ଜଣ ପୋଲିସ ଅଧିକାରୀ ହେଉଛନ୍ତି ସେହି ଥାନାର ଏସଆଇ ସଞ୍ଜୟ ପାଟଣକର , ହେଡ୍ କନେଷ୍ଟବଳ ଅବଦୁଲ କୟୁମ ଗାଣି , ଭାଗ୍ୟଶ୍ରି ଗିରି ଏବଂ କନେଷ୍ଟବଳ ନିର୍ମଳା ଗାୱଲି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button