ଦେଶ ବିଦେଶ

୨ୟ ବିଶ୍ୱ ଯୁଦ୍ଧର ମୂକସାକ୍ଷୀ ହାଓଡ଼ା ବ୍ରିଜ, ବୋମା ପଡି ମଧ୍ୟ ଟିକେ ବି ଭାଙ୍ଗି ନ ଥିଲା ଏହି ବ୍ରିଜ୍, ଏଯାଏଁ କାହିଁକି ହୋଇନି ଉଦଘାଟନ?

ଭାରତରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରୁ ବନା ଯାଇଥିବା ଏହି ସେତୁ ଆଜି ପର୍ଯ୍ୟନ୍ତ ମଧ୍ୟ ହୋଇ ନାହିଁ ଉଦଘାଟନ। ଏହି ସେତୁ ଭାରତର ଏକ ପରିଚୟ କହିଲେ କିଛି କମ୍ ହେବ ନାହିଁ। ଏହି ସେତୁ କେବଳ ଭାରତରେ ନୁହେଁ ବରଂ ବିଶ୍ବରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ସେତୁଟି ଦୁଇଟି ଦୁଇ ଶହ ଅଶି ଫିଟ୍ ଉଚ୍ଚରେ ଅବସ୍ଥିତ । ଏହି ଦୁଇ ସ୍ତମ୍ଭର ଦୂରତା ପ୍ରାୟ ୧୫୦୦ ଫୁଟ ।

ର

ଆମେ ଏଠାରେ ଆପଣଙ୍କୁ କୋଲକାତାର ହାୱଡା ବ୍ରିଜ ବିଷୟରେ କହୁଛୁ । ଏହି ବ୍ରିଜ୍ କୁ ପ୍ରାୟ ଅଶୀ ବର୍ଷ ବିତିଗଲାଣି। ଆଜି ବି ଏହା ଠିକ୍ ପୂର୍ବ ଭଳି ଛିଡା ହୋଇଛି । କଣ ଆପଣ ଜାଣନ୍ତି ଏହି ବ୍ରିଜ ଉପରେ ବୋମା ମଧ୍ୟ ପଡିଥିଲା । ଯାହା ସତ୍ତ୍ଵେ ମଧ୍ୟ ଏହି ବ୍ରିଜ ର କିଛି କ୍ଷତି ହୋଇ ନ ଥିଲା । ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଜାପାନ୍ ର ଏକ ବୋମା ଏହି ସେତୁ ନିକଟରେ ଖସି ପଡିଥିଲା । ହେଲେ ଏହି ସେତୁର କୌଣସି କ୍ଷତି ହୋଇ ନ ଥିଲା ।

ହାୱଡା ବ୍ରିଜ ର ନିର୍ମାଣ କାର୍ଯ୍ୟ ୧୯୩୬ ମସିହାରେ ଆରମ୍ଭ ହୋଇଥିଲା । ଏବଂ ୧୯୪୨ ମସିହାରେ ଶେଷ ହୋଇଥିଲା । ପ୍ରାୟ ୧୯୪୩ ମସିହା ବେଳକୁ ଏହାକୁ ବ୍ୟବହାରରେ ଲଗା ଯାଇଥିଲା । ସେହି ସମୟର ଏହା ବିଶ୍ଵର ତୃତୀୟ ଲମ୍ବା ସେତୁ ଥିଲା । ଯାହାକି ରବୀନ୍ଦ୍ର ସେତୁ ନାମରେ ମଧ୍ୟ ପରିଚିତ ।

Howrah bridge

ବିବିସି ରିପୋର୍ଟ ଅନୁଯାୟୀ ଏହି ବ୍ରିଜର ନିର୍ମାଣ ପାଇଁ ୨୬,୫୦୦ ଟନ୍ ଷ୍ଟିଲ ବ୍ୟବହୃତ ହୋଇଥିଲା । ସେଥି ମଧ୍ୟରୁ ପ୍ରାୟ ୨୩,୫୦୦ ଟନ୍ ଷ୍ଟିଲ ଟାଟା ଷ୍ଟିଲ କମ୍ପାନୀ ଯୋଗାଇ ଥିଲା । ୨୦୧୧ ମସିହାର ଏକ ରିପୋର୍ଟ ଅନୁଯାୟୀ ଏହାର ଖୁଣ୍ଟ ମୂଳରେ ତମ୍ବାକୁ ଖାଇ ଛେପ ପକାଇବା ଦ୍ୱାରା ଖୁଣ୍ଟର ଘନତା ହ୍ରାସ ପାଉଛି । ଯାହା ପରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାର ଗୋଡ଼କୁ ଫାଇବର୍ ପ୍ଲେଟ୍ ଦ୍ୱାରା ଆଚ୍ଛାଦିତ କରା ଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button