ସ୍ବାମୀ ଯାଇଥିଲେ ପୋଲିସରେ ଭର୍ତ୍ତି ହେବା ଲାଗି ପରୀକ୍ଷା ଦେବାକୁ ; ସ୍ତ୍ରୀ ରାତିରେ ଡାକିଲେ ପ୍ରେମିକକୁ, ଆଉ ତା’ପରେ.

ନୂଆଦିଲ୍ଲୀ,୨୫/୮ : ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ସ୍ବାମୀ ପୋଲିସରେ ଭର୍ତ୍ତି ହେବାକୁ ଗଲା ପରୀକ୍ଷା ଦେବାକୁ ତ ସେହି ଭିତରେ ସ୍ତ୍ରୀ ନିଜ ପ୍ରେମିକଙ୍କୁ ଶ୍ବଶୁର ଘର ଡକାଇଲେ । ବିଳମ୍ବିତ ରାତିରେ ଶ୍ବଶୁର ଘର ଲୋକ ଯାଇ ଦେଖିଥିଲେ ତ ବୋହୁ ପ୍ରେମିକଙ୍କ ସହ ଅଛନ୍ତି ।
ଏହାପରେ ଲୋକେ ପ୍ରେମିକ ଏବଂ ତା’ର ସାଙ୍ଗକୁ ଧରି ମାଡ଼ ମାରିଥିଲେ । ଖବରପାଇ ପୋଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି ।
ସୂଚନା ମୁତାବକ ଏହି ଘଟଣା ଶ୍ୟାମଦେଉରଓ୍ବା ଥାନା ଅଞ୍ଚଳର ଏକ ଗାଁର ଅଟେ । ଏଠାରେ ଜଣେ ଯୁବକ ଉତ୍ତରପ୍ରଦେଶ ପୋଲିସରେ ଭର୍ତ୍ତି ହେବାକୁ ଲିଖିତ ପରୀକ୍ଷାରେ ସାମିଲ ହେବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ପ୍ରେମିକକୁ ନିଜ ଘରକୁ ଡାକିଥିଲେ । ପରେ ବିଳମ୍ବିତ ରାତିରେ କୋଠିଭାର ଅଞ୍ଚଳରେ ରହୁଥିବା ତାଙ୍କ ପ୍ରେମିକ ନିଜ ଦୁଇ ବନ୍ଧୁଙ୍କ ସହ ଆସି ପହଞ୍ଚିଥିଲେ ।
ପରେ ଶ୍ବଶୁର ଘର ଲୋକ ଯାଇ ବୋହୁର ରୁମରେ ଦେଖିଥିଲେ ତ ସେଠାରେ ବୋହୁ ନିଜ ପ୍ରେମିକ ସହ ଅଛି । ପରେ ଶ୍ବଶୁର ଘର ଲୋକଙ୍କ ସହ ବୋହୁର ଝଗଡ଼ା ହୋଇଥିଲା । ଏହା ଶୁଣି ସ୍ଥାନୀୟ ଲୋକେ ଆସି ବୋହୁର ପ୍ରେମୀକକୁ ଧରିବା ସହ ତା’ର ବନ୍ଧୁମାନଙ୍କୁ ମଧ୍ୟ ଧରିଥିଲେ । ପରେ ତାଙ୍କୁ ମାଡ଼ ମାରିବା ସହ ପୋଲିସରେ ଖବର ଦେଇଥିଲେ । ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶ୍ୟାମଦେଉରଓ୍ବା ଥାନାକୁ ନେଇଯାଇଥିଲା । ପୋଲିସର ସୂଚନା ଅନୁସାରେ ଉଭୟ ପକ୍ଷଙ୍କୁ ଥାନାକୁ ଡକାଯାଇ ଆଲୋଚନା କରାଯାଉଛି ।