ଓଡିଶା
ନୂଆ ରୂପରେ ଆରମ୍ଭ ହେବ ଆଳୁ-ପିଆଜ ମିଶନ

ଭୁବନେଶ୍ବର, ୨୪।୮ : ପୂର୍ବ ସରକାର ଆରମ୍ଭ କରିଥିବା ଆଳୁ ଓ ପିଆଜ ମିଶନ ଫେଲ ମାରିଛି। ନୂଆ ରୂପରେ ଆଉ ଥରେ ଆଳୁ ଓ ପିଆଜ ମିଶନ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଣୀ କହିଛନ୍ତି।
ବିଭିନ୍ନ ମିଶନକୁ ଆଉ ଥରେ ନୂଆ ରୂପରେ ନୂଆ ଉତ୍ସାହର ସହିତ ଆରମ୍ଭ କରାଯିବ। ପନିପରିବା, ତୈଳବୀଜ ଉତ୍ପାଦନରେ ରାଜ୍ୟ ସ୍ବାବଲମ୍ବୀ ହେବ।
ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବା ଧୀରେ ଧୀରେ ବନ୍ଦ କରାଯିବ। ଓୟୁଏଟିର ୬୩ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଓୟୁଏଟିର କୃଷି ବୈଜ୍ଞାନିକମାନଙ୍କୁ ଏଥିପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଓ ଉତ୍କୃଷ୍ଟ ମାନର ବିହନ ବାହାର କରିବା ପାଇଁ ସେ କହିଛନ୍ତି । ସେହିଭଳି ଶୀତଳଭଣ୍ଡାରକୁ ପ୍ରସ୍ତୁତ ରଖାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।