ଦେଶ ବିଦେଶ

ବିଦ୍ୟୁତ ବିଭାଗର ବେପରୁଆ ଢଙ୍ଗର ପରିଣାମ, ଏଲ୍‌ଟି ଲାଇନ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ନିଶ୍ଚିନ୍ତକୋଇଲି,୨୪/୦୮: ବିଦ୍ୟୁତ୍ ବିଭାଗର ଖାମଖିଆଲି ପାଇଁ ଚାଲିଗଲା ନିରୀହ ଯୁବକଙ୍କ ଜୀବନ । ରାସ୍ତାରେ ପଡ଼ିଥିବା ଏଲ୍ଟି ଲାଇନ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ଯୁବକ । ମୃତ ଯୁବକ ଜଣକ ଭାବଗ୍ରାହି ମଲ୍ଲିକ ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେରିଲୋ ପଞ୍ଚାୟତର ହାଣ୍ଡିଭଙ୍ଗା ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଶନିବାର ସକାଳେ ଭାବଗ୍ରାହି ବଜାରକୁ ଆସିଥିଲେ । ଏହି ସମୟରେ ତାଙ୍କ ଘର ପାଖରେ ଏକ ବିଦ୍ୟୁତ ତାର ଛିଣ୍ଡି ତଳେ ପଡି ରହିଥିଲା । ସେହି ବାଟରେ ଯିବା ବେଳେ ତାଙ୍କ ଗୋଡ଼ରେ ତାରଟି ଲାଗିଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁ କୁ ଯାଇଥିବା ଏହି ଏଲ୍ଟି ଲାଇନ୍ ତାରଟି ଅତ୍ୟନ୍ତ ପୁରୁଣା ହୋଇଥିବାରୁ ବାରମ୍ୱାର ଛିଡୁଥିଲା । ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ୱାର ଅସୁରେଶ୍ଵର ବିଦ୍ୟୁତ ବିଭାଗକୁ ଅଭିଯୋଗ ମଧ୍ୟ କରିଥିଲେ । ବିଦ୍ୟୁତ ବିଭାଗର କର୍ମଚାରୀମାନେ ଆସି ସେହି ପୁରୁଣା ତାରକୁ ପୁନଃ ଯୋଡ଼ି ଦେଉଥିଲେ । ହେଲେ ନୂତନ ତାର ଲଗାଉ ନଥିଲେ । ଫଳରେ ଶନିବାର ଟିପିସିଓଡିଏଲ ବିଭାଗର ଏହି ଖାମଖିଆଲି ଢ଼ଙ୍ଗ ପାଇଁ ଚାଲିଗଲା ଏକ ଜୀବନ । ଅନ୍ୟପଟେ ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ଟିପିସିଓଡିଏଲର କନିଷ୍ଠ ଯନ୍ତ୍ରୀ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button