ଓଡିଶା

ପୁଲିସ ପଞ୍ଝାରେ ରସିକିଆ ପ୍ରେମିକ: ଶତାଧିକ ଯୁବତୀଙ୍କୁ ଫସାଇ ଠକିଛି ଟଙ୍କା

ବାରିପଦା: ପ୍ରଥମେ ସାମାଜିକ ଗଣମାଧ୍ୟମରେ ସୁନ୍ଦରୀ ଖୋଜା। ଏହାପରେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ। ଆଉ କିଛିଦିନ ପରେ ପ୍ରେମ ଜାଲରେ ଫସାଇ ଅର୍ଥ ଲୁଟ୍‌। ଏମିତି ଜଣେ କି ଦୁଇ ଜଣ ନୁହେଁ; ଶତାଧିକ ଯୁବତୀଙ୍କୁ ଠକିଛି ଜଣେ ଧୂର୍ତ୍ତ ଯୁବକ। ଆଜି ବାରିପଦା ଟାଉନ ପୁଲିସ ଏହି ରସିକିଆ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣକ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧର ତ୍ରୈଲୋକ୍ୟ ରଞ୍ଜନ ପାତ୍ର। ସୂଚନା ଅନୁସାରେ, ରସିକିଆ ତ୍ରୈଲୋକ୍ୟ ପ୍ରଥମେ ସାମାଜିକ ଗଣମାଧ୍ୟମ ଜରିଆରେ ସୁନ୍ଦରୀ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରୁଥିଲା।

ଶତାଧିକ ଯୁବତୀଙ୍କୁ ଫସାଇ ଠକିଛି ଟଙ୍କା
ସାମାଜିକ ଗଣମାଧ୍ୟମରେ ବିଛାଉଥିଲା ମାୟା ଜାଲ
ବାରିପଦାରେ ଠକେଇ କରି ଧରାପଡ଼ିଲା

ପରେ ଲକ୍ଷାଧିକ ଟଙ୍କା ଠକି ଚମ୍ପଟ ମାରୁଥିଲା। କିଛିବର୍ଷ ହେଲା ସେ ଏହି କାମ ଜାରି ରଖିଥିଲା। ମଧୁବନ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଏମିତି ପ୍ରେମ ସଂପର୍କ ସ୍ଥାପନ କରି ୧.୫ ଲକ୍ଷ ଟଙ୍କା ହଡ଼ପ କରିଥିଲା। ଏନେଇ ଯୁବତୀଜଣକ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ କରି ପୁରୀ ଜିଲ୍ଲାର ବାସେଲିସାହି ଥାନା ହାତୀସାହି ଅଞ୍ଚଳରୁ ତ୍ରୈଲୋକ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତଦନ୍ତ ସମୟରେ ସେ ଶତାଧିକ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ଟଙ୍କା ଠକିଥିବା ସାମ୍ନାକୁ ଆସିଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button