ଓଡିଶା
ଦୁର୍ଘଟଣାରେ ଚାଲିଗଲା ଚାଷୀଙ୍କ ଜୀବନ

କାମାକ୍ଷାନଗର ପିତିରି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋଲେରୋ ଗାଡି ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପରଜଙ୍ଗ ଥାନା ପିତିରି ଗ୍ରାମର ବସନ୍ତ ସାହୁ। ସେ ବିଲକୁ ଯାଉଥିବା ବେଳେ ପିତିରି ଛକ ନିକଟରେ ପଛପଟୁ ବୋଲେରୋଟି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳର ବସନ୍ତଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବୋଲେରୋ ଓ ଡ୍ରାଇଭର ଅଟକ ରହିଛି। କ୍ଷତିପୂରଣ ଦାବିରେ ୫୩ ନଂ ଜାତୀୟରାଜପଥ ଅବରୋଧ କରାଯାଇଥିବା ବେଳେ ପରଜଙ୍ଗ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।


