ବ୍ୟବସାୟ

ପୁଣି ବଢ଼ିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ଦାମ୍ – Utkal Mail


ଆଜି ଭାରତୀୟ ବଜାରରେ କମିଥିବା ବେଳେ କେତକ ସହରରେ ସାମାନ୍ୟ ବଢିଛି ସୁନା ଦର। କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬, ୫୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୬୪୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୫୦୦ ଟଙ୍କା ଟଙ୍କା ଓ ୬୧,୬୪୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୬,୫୦୦ଟଙ୍କା ଓ ୬୧,୬୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୬,୬୫୦ ଟଙ୍କା ଓ ୬୧,୭୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୬,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୨,୧୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୬,୫୦୦ ଟଙ୍କା ଓ ୬୧,୬୪୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୪,୮୦୦ଟଙ୍କା ରହିଥିବା ନେଇ ହୋଇଛି।

The post ପୁଣି ବଢ଼ିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ଦାମ୍ appeared first on KNews Odisha.


Related Articles

Leave a Reply

Your email address will not be published. Required fields are marked *

Back to top button