ଜନ୍ମାଷ୍ଟମୀରେ ରାଶି ଅନୁଯାୟୀ ଏସବୁ ଦାନ କରନ୍ତୁ , ଦେଖନ୍ତୁ ଚମତ୍କାର..
ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବର ଖୁବ୍ ମହତ୍ତ୍ୱ ରହିଛି । ଏହି ଦିନ ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । ଜନ୍ମାଷ୍ଟମୀ ପର୍ବ ଭାଦ୍ରକ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଭଗବାନଙ୍କ ଜନ୍ମ ଉତ୍ସବ ରୂପରେ ପାଳନ କରାଯାଏ । ଏହି ଦିନ ପ୍ରଭୁଙ୍କୁ ପୂଜା କରିବା ସହ ବ୍ରତ ପାଳନ କରାଯାଏ ।
ତେବେ ଏହି ଦିନ ରାଶି ଅନୁଯାୟୀ କିଛି ଜିନିଷ ଦାନ କରିବା ଦ୍ୱାରା ପ୍ରଭୁଙ୍କ କୃପା ପ୍ରାପ୍ତି ହୋଇଥାଏ । ଜାଣନ୍ତୁ..
ମେଷ – ଏହି ରାଶିର ସ୍ୱାମୀ ମଙ୍ଗଳ ଗ୍ରହ । ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ଗହମ ଓ ଗୁଡ ଦାନ କରନ୍ତୁ।
ବୃଷ – ଏହି ରାଶିର ସ୍ୱାମୀ ଶୁକ୍ର । ଏହି ରାଶିର ବ୍ୟକ୍ତି ବିଶେଷ ଲହୁଣି, ମିଶ୍ରି ଓ ଚିନି ଦାନ କରନ୍ତୁ।
ମିଥୁନ – ଏହି ରାଶିର ସ୍ୱାମୀ ବୁଧ । ଜନ୍ମାଷ୍ଟମୀ ଦିନ ଅସହାୟଙ୍କୁ ଅନ୍ନ ଦାନ କରନ୍ତୁ।
କର୍କଟ – ଏହି ରାଶିର ସ୍ୱାମୀ ଚନ୍ଦ୍ର । ଜନ୍ମାଷ୍ଟମୀ ଦିନ କ୍ଷୀର, ଦହି, ଚାଉଳ ଓ ମିଠା ଦାନ କରନ୍ତୁ।
ଖୁବ୍ ଖାସ୍ ଏ ବର୍ଷର ଜନ୍ମାଷ୍ଟମୀ: ୪ଟି ଦୁର୍ଲ୍ଲଭ ସଂଯୋଗ,ପୂରଣ ହେବ ମନସ୍କାମନା..
ସିଂହ – ଏହି ରାଶିର ସ୍ୱାମୀ ସୂର୍ଯ୍ୟ । ଗୁଡ, ମହୁ, ମସୁର ଡାଲି ଦାନ କରନ୍ତୁ।
କନ୍ୟା – ଏହି ରାଶିର ସ୍ୱାମୀ ବୁଧ । ଗୋମାତାଙ୍କ ସେବା କରନ୍ତୁ।
ତୁଳା – ଏହି ରାଶିର ସ୍ୱାମୀ ଶୁକ୍ର । ଆର୍ଥିକ ସମସ୍ୟା ଦୂର ପାଇଁ ଶ୍ୱେତ ଓ ନୀଳ ରଙ୍ଗର ବସ୍ତ୍ର ଦାନ କରନ୍ତୁ।
ବିଛା – ଏହି ରାଶିର ସ୍ୱାମୀ ମଙ୍ଗଳ । ଗହମ, ଗୁଡ ଓ ମହୁ ଦାନ କରନ୍ତୁ।
ଧନୁ- ଏହି ରାଶିର ସ୍ୱାମୀ ବୃହସ୍ପତି । ଧାର୍ମିକ ପୁସ୍ତକ ଦାନ କରନ୍ତୁ ।
ମକର- ଏହି ରାଶିର ସ୍ୱାମୀ ଶନି । ଅସହାୟଙ୍କୁ ନୀଳ ରଙ୍ଗର ବସ୍ତ୍ର ଦାନ କରନ୍ତୁ।
କୁମ୍ଭ- ଏହି ରାଶିର ସ୍ୱାମୀ ଶନି । ଧନ ଦାନ କରନ୍ତୁ।
ମୀନ – ଏହି ରାଶିର ସ୍ୱାମୀ ବୃହସ୍ପତି । କଦଳୀ, ବେସନ ଲଡୁ, ମିଶ୍ରି, ଲହୁଣି ଆଦି ଦାନ କରନ୍ତୁ।