ଧର୍ମ

କାହାକୁ ନକହି ଘରେ ଚୁପ୍ ଚାପ୍ ଏହି ଜାଗାରେ ରଖି ଦିଅନ୍ତୁ ମୟୂର ପର ଆଉ ଦେଖନ୍ତୁ କେମିତି ବଢୁଛି ଧନ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମୟୂର ପୁଚ୍ଛ ଦେଖିବାକୁ ଯେତିକି ସୁନ୍ଦର ସେତିକି ଶୁଭର ପ୍ରତୀକ। ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି। ବାସ୍ତୁ ଅନୁଯାୟୀ ଘରେ ମୟୂର ପୁଚ୍ଛ ରଖିଲେ ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି ବିବେଚନା କରାଯାଏ। ଘରେ ଶାନ୍ତି ରହିବା ସହ ଆର୍ଥିକ ସମସ୍ୟା ଦୂର ହୁଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।
Promoted Content

ବାସ୍ତୁ ଅନୁସାରେ ମୟୂର ପୁଚ୍ଛର ମହତ୍ତ୍ୱ କଣ ରହିଛି:
1. ବାସ୍ତୁ ଅନୁସାରେ, ମୟୂର ପୁଚ୍ଛକୁ ଫ୍ରେମ୍ କରି କାନ୍ଥରେ ଲଗାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଘର ମଧ୍ୟକୁ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି।
2. ଠାକୁର ଘରେ ମୟୂର ପୁଚ୍ଛ ଏବଂ ବଂଶୀକୁ ଏକା ସାଥିରେ ରଖିବା ଦ୍ୱାରା ଘର ମଧ୍ୟରେ ଭଲ ପାଇବା ବଢିବା ସହିତ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ।
3. ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ସହିତ ମୟୂର ପୁଚ୍ଛ ରଖିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ। ସକାରାତ୍ମକ ଭାବନା ଜାଗ୍ରତ ହେବା ସହିତ ଘର ମଧ୍ୟକୁ ନାକାରାତ୍ମକ ଶକ୍ତି ପ୍ରବେଶ କରି ପାରିନଥାଏ।
4. ବାସ୍ତୁ ଶାସ୍ତ୍ର ଅନୁଯାୟୀ ମୟୂର ପୁଚ୍ଛ ସହିତ ୨୧ ଥର ଗ୍ରହ ମନ୍ତ୍ର ପଢି, ତାହା ଉପରେ ଜଳ ସିଞ୍ଚନ କରି ଏକ ଏମିତି ସ୍ଥାନରେ ରଖିବେ ଯେମିତିକି ତାହା ଉପରେ ସମସ୍ତଙ୍କ ନଜର ରହୁଥିବ । ଏହା ଦ୍ୱାରା ରାହୁ ଦୋଷ ଦୂର ହେବା ସହିତ ଜୀବନରେ ସବୁ ମଙ୍ଗଳମୟ ହୋଇଥାଏ ବୋଲି ବିବେଚନା କରାଯାଏ।

5. ଅନେକ ପିଲାଙ୍କୁ ରାତିରେ ଶୋଇବା ସମୟରେ ଡର ଲାଗିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ତକିଆ ତଳେ ମୟୂର ପୁଚ୍ଛ ରଖିବା ଦ୍ୱାରା ସମସ୍ତ ଖରାପ ନଜରରୁ ରକ୍ଷା ମିଳି ଥାଏ ବୋଲି ବିବେଚନା କରାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button