ଜନ୍ମାଷ୍ଟମୀ ଦିନ ଏହି ୫ଟି ଜିନିଷ ଘରକୁ ଆଣିବା ହୋଇଥାଏ ଅତ୍ୟନ୍ତ ଶୁଭ, ତେବେ ଜାଣନ୍ତୁ କଣ ରହିଛି ଏହି ୫ଟି ଜିନିଷ

ପାଳିତ ହେବାକୁ ଯାଉଛି ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରା ଯାଇଥାଏ । ଏହି ଦିନ ଭଗବାନ କୃଷ୍ଣଙ୍କର ବାଳୁତ ରୂପକୁ ସମସ୍ତେ ଅତି ନିଷ୍ଠା ଓ ଆନନ୍ଦର ସହ ପାଳନ କରିଥାନ୍ତି ।
ତେବେ ଚଳିତ ବର୍ଷ ଅଗଷ୍ଟ ମାସ ୨୬ ତାରିଖ ତଥା ସୋମବାର ଦିନ ପାଳିତ ହେବାକୁ ଯାଉଛି ପବିତ୍ର ଜନ୍ମାଷ୍ଟମୀ । ଭଗବାନ କୃଷ୍ଣଙ୍କର ଲୀଳା ଏବଂ ଅପାର କରୁଣା ବିଷୟରେ ତ ଆପଣ ନିଶ୍ଚିତ ଅବଗତ ଥିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଚଳିତ ବର୍ଷ ଆପଣ କୃଷ୍ଣଙ୍କର ମନ ପସନ୍ଦର ଏହି ୫ଟି ଜିନିଷ ଘରକୁ ଆଣୁଛନ୍ତି ତେବେ ଭଗବାନ କୃଷ୍ଣଙ୍କର ଆଶୀର୍ବାଦ ସବୁ ବେଳେ ଆପଣଙ୍କ ଉପରେ ବଜାୟ ରହିବ ।
ଜାଣନ୍ତୁ କଣ ରହିଛି ଏହି ୫ଟି ଜିନିଷ……
ଗାଈ ଏବଂ ବାଛୁରୀଙ୍କ ପ୍ରତିମୂର୍ତ୍ତି :
ଜନ୍ମାଷ୍ଟମୀ ଦିନ ଘରକୁ ଗାଈ ଏବଂ ବାଛୁରୀଙ୍କ ପ୍ରତିମୂର୍ତ୍ତି କିଣି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣଙ୍କ ଉଓରେ ଭଗବାନ କୃଷ୍ଣଙ୍କର ଅପାର କରୁଣା ଆପଣଙ୍କ ଉପରେ ରହିବ । ଏହା ସହ ଆପଣ ସନ୍ତାନ ସୁଖ ମଧ୍ୟ ଲାଭ କରି ପାରନ୍ତି ।
ଲବଣୀ :
ତେବେ ଲବଣୀ ଭଗବାନ କୃଷ୍ଣଙ୍କର କେତେ ପ୍ରିୟ ତାହା ତ ଆପଣ ଜାଣିଥିବେ । ଲଵଣି ସହ କୃଷ୍ଣଙ୍କର ସମ୍ପର୍କ ତ ଟିକିଏ ଅଲଗା । ଏପରିକି ତାଙ୍କୁ ଲବଣୀ ଚୋର ବୋଲି ମଧ୍ୟ କୁହାଯାଏ । ତେଣୁ ଯଦି ଆପଣ ଜନ୍ମାଷ୍ଟମୀ ଦିନ ଲବଣୀ କିଣି ଭଗବାନଙ୍କ ନିକଟରେ ଭୋଗ କରନ୍ତି ତେବେ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ ।
ବଂଶୀ :
ଶ୍ରୀକୃଷ୍ଣଙ୍କୁ ବଂଶୀଧର ମଧ୍ୟ କୁହାଯାଏ । ତାଙ୍କ ମୁରଲୀର ସ୍ଵନ ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ମଣିଷ ଜାତି ପର୍ଯ୍ୟନ୍ତ ସମସ୍ତଙ୍କୁ ମୁଗ୍ଧ କରାଇଥାଏ । ଜ୍ୟୋତିଷଙ୍କ ଅନୁଯାୟୀ, ଯଦି କେହି ଜନ୍ମାଷ୍ଟମୀ ଦିନ କୃଷ୍ଣଙ୍କ ନିକଟରେ ଏକ ବଂଶୀ ଅର୍ପଣ କରେ ତାହେଲେ କୃଷ୍ଣ ଙ୍କ ଆଶୀର୍ବାଦ କେବେ ବି ତା ଉପରୁ ଉଠି ନଥାଏ । ଏହାକୁ ପୂଜା କରିବା ପରେ ଯଦି ଏହି ବଂଶୀକୁ ଆପଣ ପଇସା ରଖୁଥିବା ସ୍ଥାନରେ ରଖନ୍ତି ତେବେ ଆପଣଙ୍କୁ କେବେ ବି ଅର୍ଥର ଅଭାବ ହେବ ନାହିଁ ।
ମୟୂର ପୁଚ୍ଛ :
ଜନ୍ମାଷ୍ଟମୀ ଦିନ ମୟୂର ପୁଚ୍ଛ କିଣି କୃଷ୍ଣଙ୍କୁ ଦାନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ରହିବ । ଏହା କରିବା ଦ୍ଵାରା ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ଦେଖା ଦେବା ସହିତ ପାରିବାରିକ କଳହ ମଧ୍ୟ ଦୂରେଇ ଯିବ ।
ବୈଜୟନ୍ତି ମାଳା :
ଏହି ମାଳାରେ ସାଧାରଣତଃ ମା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ଯଦି ଆପଣ ଏହି ଦିନ ବୈଜୟନ୍ତି ମାଳା ଘରକୁ ଆଣୁଛନ୍ତି ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଆପଣ ଆଉ ଆଗକୁ କୌଣସି ପ୍ରକାରର ଏଥର ଅଭାବର ସମ୍ମୁଖୀନ ହେବେ ନାହିଁ ।