ଓଡିଶା

ଦୀର୍ଘ ୧୪ ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର, ଦୁର୍ବୃତ୍ତ କାରରେ ଆସି ତାଙ୍କୁ ଅପହରଣ କରି ନେଇଥିଲେ

ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର । କୋରାପୁଟ ଜିଲ୍ଲା ବିଶିଂପୁର ଥାନା କିରମଗୁଡ଼ା ଗାଁର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଏକ ଘରେ ନେଇ ରଖିଥିଲେ ଦୁର୍ବୃତ୍ତ । ଗତକାଲି ଏକ ବ୍ୟବସାୟୀ କାମରେ ଗେଟଗୁଡ଼ା ଯାଇଥିଲେ ଏ.କ୍ରିଷ୍ଣା ରାଓ । ସେଠାରେ ଏକ କାରରେ ୫ ଜଣ ଦୁର୍ବୃତ୍ତ କାରରେ ଆସି ତାଙ୍କୁ ଅପହରଣ କରି ନେଇଥିଲେ । କ୍ରିଷ୍ଣା ରାଓ ଅପହରଣ କାରୀଙ୍କ ନିକଟରୁ ଖସି ଆସିବା ପରେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ । ବ୍ୟବସାୟୀଙ୍କୁ ନେଇ ଦୁର୍ଗମ ପାହାଡିଆ ଗାଁରେ ସିନ ରିକ୍ରିଏସନ୍ କରିଥିଲେ । ତେବେ ବ୍ୟବସାୟୀଙ୍କୁ ଅପହରଣ କାରଣ ସ୍ପଷ୍ଟ ହୋଇନାହିଁ ।

ଗତ ଜୁଲାଇ ୧୩ରେ କୁମୁଲିପୁଟ ବ୍ୟବସାୟୀ ଏ.ରମେଶ ପାତ୍ରଙ୍କୁ ଅପହରଣ କରି ଦୀର୍ଘ ୫ ଦିନ ପରେ ଉଦ୍ଧାର ହୋଇଥିଲେ । ସେହିପରି ଗତ ନଭେମ୍ବର ମାସରେ ନନ୍ଦପୁରର କାଜୁ ବ୍ୟବସାୟୀଙ୍କୁ ଅପହରଣ କରି ଦିନକ ମଧ୍ୟରେ ଛାଡିଥିଲେ । ତେବେ ବାରମ୍ବାର ଏପରି ଘଟଣାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି । ଗତକାଲି ନିଜ ଗେଟଗୁଡା ସ୍ଥିତ ମିଲକୁ ଯାଇଥିବା ବେଳେ ଆଉ ଫେରିନଥିଲେ କ୍ରିଷ୍ଣା ରାଓ। ଅଭିଯୋଗ ପାଇବା ପରେ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button