ହାତରେ ଥିବା ବିବାହ ରେଖାରୁ ଜାଣନ୍ତୁ । ଲଭ ନା ଆରେଞ୍ଜ ମ୍ୟାରେଜ
ନମସ୍କାର ବନ୍ଧୁଗଣ , ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହାତର ରେଖାକୁ ଦେଖି ଆମେ ଜାଣିପାରିଥାଉ କି ବ୍ୟକ୍ତି ର ଲଭ ମ୍ୟାରେଜ ହୁଏ ବା ଆରେଜ୍ ମ୍ୟାରେଜ । କାରଣ ହାତର ଉପର ଭାଗରେ ରହିଥିବା ହୃଦୟ ରେଖାରୁ ବିବାହ ସମ୍ବଦ୍ଧିତ ସୂଚନା ମିଳିପାରିଥାଏ । ଆପଣ ହାତର ହୃଦୟ ରେଖା ଶନି ପର୍ବତ ପାଖରେ ପହଞ୍ଚିଥାଏ । ତେବେ ଏହି ବ୍ୟକ୍ତିମାନଙ୍କ ବିବାହ ଘର ନିର୍ଣ୍ଣୟ କରାଯାଇଥାଏ ବା ଆରେଜ ମ୍ୟାରେଜ୍ ହୋଇଥାଏ ।
ହୃଦୟ ରେଖାର ଶେଷ ରେ ଯଦି v ଚିହ୍ନ ସୃଷ୍ଟି ହୋଇଥାଏ , ତେବେ ଏହି ବ୍ୟକ୍ତିମାନଙ୍କ ଜୀବନ ରେ ପ୍ରେମ ବିବାହ ହୋଇଥାଏ । ଏମାନେ ନିଜର ଜୀବନ ସାଥିଙ୍କୁ ବହୁତ ପ୍ରେମ କରିଥାନ୍ତି । ଯଦି କୋଣସି ବ୍ୟକ୍ତିଙ୍କ ଦୃଦୟ ରେଖା ଛୋଟ ହୋଇଥାଏ ତେବେ ସେମାନେ ବହୁତ ଶୀଘ୍ର ଅନ୍ୟମାନଙ୍କୁ ନିଜର ହୃଦୟ ଦେଇ ବସନ୍ତି । ଏହି ପରି ବ୍ୟକ୍ତି ବହୁତ ଭଲ ହୋଇଥାନ୍ତି ତେଣୁ ଏମାନଙ୍କୁ ଲାଗିଥାଏ କି ସମସ୍ତେ ଭଲ ହୋଇଥାନ୍ତି । ଏମାନଙ୍କୁ ପ୍ରେମ ରେ ଅଧିକ ଧୋକା ମିଳିଥାଏ ।
ଯେଉଁମାନଙ୍କ ହୃଦୟ ରେଖା ବହୁତ ଛୋଟ ହିଥାଏ ଯଥା ଯେତେ ରହିବା କଥା ତାହା ଠାରୁ ଅଧିକ ଛୋଟ ହୁଏ ତେବେ ଏହି ବ୍ୟକ୍ତି ମାନେ ମନ ରୁ ପ୍ରେମ କରନ୍ତି ନାହିଁ । ଏହି ସ୍ଵଭାବ ଥିବା ବ୍ୟକ୍ତିମାନେ ପ୍ରେମ ରେ ଅନ୍ୟମାନଙ୍କୁ ଧୋକା ଦେଇଥାନ୍ତି , ପ୍ରେମର ଯୋଗ୍ୟ ହୋଇନଥାନ୍ତି । ତେଣୁ ଏହି ବ୍ୟକ୍ତିଙ୍କ ଠାରୁ ଦୂର ରେ ରହିବା ଉଚିତ୍ ହୋଇଥାଏ ।
ଯେଉଁମାନଙ୍କ ହୃଦୟ ରେଖା ଦୁଇଟି ଅଙ୍ଗୁଳି ର ମଝିରେ ଶେଷ ହୁଏ ତେବେ ଏମାନଙ୍କର ମଧ୍ୟ ପ୍ରେମ ବିବାହ ହୋଇଥାଏ । ଏମାନେ ନିଜର ପ୍ରେମ ସମ୍ପର୍କ ରେ ସଫଳତା ପ୍ରାପ୍ତ କରିଥାନ୍ତି ଏବଂ ନିଜର ବିବାହିତ ଜୀବନ କୁ ଭଲ ଭାବରେ ଚଳାଇଥାନ୍ତି । ଯଦି ଭାଗ୍ୟ ରେଖା ଆପଣଙ୍କ ହୃଦୟ ରେଖା କୁ କାଟିକୁ ଯାଇଥାଏ ତେବେ ଏହାର ଅର୍ଥ ଯଥା ଏମାନେ ଜୀବନରେ ବହୁତ ସଫଳତା ପ୍ରାପ୍ତ କରିଥାନ୍ତି ଏବଂ ଏମାନଙ୍କ ବୈବାହିକ ଜୀବନ ସୁଖ ଶାନ୍ତି କଟିଥାଏ ।
ଯଦି ଆପଣଙ୍କ ହୃଦୟ ରେଖାରେ x ଚିହ୍ନ ରହିଥାଏ ତେବେ ଏହି ବ୍ୟକ୍ତି ହୃଦୟରୁ ସଫା ହୋଇଥାନ୍ତି ଏବଂ ପ୍ରେମରେ ବାରମ୍ବାର ଧୋକା ଖାଇଥାନ୍ତି । ତେଣୁ ଏହି ବ୍ୟକ୍ତି ବିଚାର ଚିନ୍ତା କରିଲା ପରେ ହିଁ ଭଲ ପାଇବା ଉଚିତ୍ । ଯଦି ଆପଣଙ୍କ ହୃଦୟ ରେଖା ଦୁଇ ରୁ ଅଧିକ ରହିଥାଏ ତେବେ ଆପଣଙ୍କୁ ପ୍ରେମ ବିବାହ ହୋଇଥାଏ , ଏହି ରେଖା ତିନି ରୁ ଅଧିକ ରହେ ଆପଣଙ୍କର ଦୁଇଟି ବିବାହ ର ସମ୍ଭାବନା ଦେଖାଯାଏ ।
ହୃଦୟ ରେଖା ତେଡା ମେଡା ଯାଇଥାଏ ତେବେ ଏହି ବ୍ୟକ୍ତି ପ୍ରେମରେ ଧୋକା ପାଇଥାନ୍ତି । ହୃଦୟ ରେଖା ଓ ମସ୍ତିସ୍କ ରେଖାର ମିଳନ ହୁଏ ଏହାର ଅର୍ଥ ଏହି ବ୍ୟକ୍ତିମାନେ ପ୍ରେମ ବିବାହ କରିଥାନ୍ତି । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ