ଓଡିଶା

ଏସସିବିରେ ଅଭାବନୀୟ ଘଟଣା, ମେଡିକାଲ ପରିସରରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଟକ, ୨୯/୦୮ : ଏସସିବିରେ ଅଭାବନୀୟ ଘଟଣା। ମେଡିକାଲ ପରିସରରୁ ନବଜାତ ଶିଶୁକନ୍ୟା ଉଦ୍ଧାର। ହେପାଟୋଲୋଜି ବିଭାଗ ପାର୍ଶ୍ଵ ଝରକା ନିକଟରେ ପଡିଥିଲା ଶିଶୁକନ୍ୟା। ନବଜାତକର ଓଜନ ଦେଢ କେଜି ଥିବା ବେଳେ ଏହା ୭ ମାସର ପ୍ରି ମାଚ୍ୟୁଅର ବେବି ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଏସସିବି ମେଡିକାଲର ହେପାଟୋଲୋଜି ବିଭାଗ ପାର୍ଶ୍ଵ ଝରକା ନିକଟରେ ଏକ ନବଜାତକ ଶିଶୁକନ୍ୟା ପଡ଼ିଥିଲା।

ସ୍ତ୍ରୀ ଓ ପ୍ରସୂତି ବିଭାଗର ରେଣୁକା ପରିଡା ବୋଲି ଜଣେ କର୍ମଚାରୀ ଶିଶୁଟିକୁ ଦେଖିଲା ପରେ ତାକୁ ଉଦ୍ଧାର କରି ସ୍ତ୍ରୀ ଓ ପ୍ରସୂତି ବିଭାଗର SNCUରେ ଭର୍ତ୍ତି କରିଥିଲେ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ତାଙ୍କର ଜଣେ ପରିବାର ସଦସ୍ୟ ହେପାଟୋଲୋଜି ବିଭାଗରେ ଆଡମିସନ ହୋଇଥିବା ବେଳେ ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ। ଏହି ସମୟରେ ବିଭାଗ ଝରକା ପାଖରେ ଏକ ଶିଶୁ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ଶିଶୁକନ୍ୟାକୁ ସଙ୍ଗେସଙ୍ଗେ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଜରିଆରେ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ସ୍ଥାନାନ୍ତରିତ କରିଥିଲେ । ତେବେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି। ନବଜାତକର ଓଜନ ଦେଢ କେଜି ଥିବା ବେଳେ ଏହା ୭ ମାସର ପ୍ରି ମାଚ୍ୟୁଅର ବେବି ବୋଲି ଜଣାପଡ଼ିଛି। ତେବେ ମେଡିକାଲରେ ପରିସରରେ ଶିଶୁକନ୍ୟାକୁ କିଏ ଏବଂ କାହିଁକି ଫିଙ୍ଗିଲା ତାହା ଜଣାପଡ଼ି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button