ଗୋଟିଏ ଥରରେ ହିଁ ଥଣ୍ଡା, କାଶ, ଛାତିରେ ଜମିଥିବା କଫ ସବୁ ଭଲ ହୋଇଯିବ ( Healthy Tips )

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଆପଣ କେବଳ ଥରେ ବ୍ୟବହାର କରି କାଶମ କଫ, ଗଳା କଷ୍ଟ ଓ ଜ୍ଵର ଭଳି ସମସ୍ଯା କୁ ବହୁତ ସହଜରେ ଦୂର କରି ପାରିବେ । ତେବେ ଏହି ଉପଚାରକୁ ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରିପାରିବେ । ଆଜିର ଏହି ଉପଚାରଟି ବହୁତ ସହଜ ଅଟେ । ଯାହା ଆପଣଙ୍କ ର କାଶ ଜନିତ ସମସ୍ଯାକୁ ସବୁଦିନ ପାଇଁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ସମ୍ବନ୍ଧରେ ।
ତେବେ ଏହି ଘରୋଇ ଉପଚାର ନିମନ୍ତେ ଆପଣ ସର୍ବ ପ୍ରଥମେ ଏକ ପାତ୍ର ଗ୍ୟାସ ରେ ବସାନ୍ତୁ ଏବଂ ସେଥିରେ ଦୁଇ ରୁ ତିନି ଗ୍ଲାସ ପାଣି ନିଅନ୍ତୁ ଏବଂ ଏହାକୁ ଗରମ ହେବା ପାଇଁ ଛାଡ ଦିଅନ୍ତୁ । ଏହାପରେ ଆପଣଙ୍କୁ ଯେଉଁ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ହେଉଛି ଗୋଲମରିଚ ଏବଂ ଜିରା । ଆପଣ ଅଧ ଚାମଚ ଗୋଲମରିଚ ଏବଂ ଅଧ ଚାମଚ ଜିରା କୁ ନିଅନ୍ତୁ ।
ଏହାପରେ ଆପଣ ଏକ ଛୋଟ ଖଣ୍ଡ ଅଦା କୁ ନିଅନ୍ତୁ । ଏହାପରେ ଆପଣ ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ହେମଦସ୍ତା ସାହାଯ୍ୟ ରେ ଛେଚି ଦିଅନ୍ତୁ । ଆପଣ ଏହି ମିଶ୍ରଣ କୁ ଗରମ ହେଉଥିବା ପାଣି ରେ ପକାନ୍ତୁ ଏବଂ ଭଲ ଭାବରେ ପାଣି ଫୁଟିବା ପରେ ଏହାକୁ ଏକ ପାତ୍ର ରେ କାଢ଼ି ଦିଅନ୍ତୁ ଏବଂ ଏକ ଗ୍ଲାସ ରେ ଭଲ ଭାବରେ ଛାଣି ରଖନ୍ତୁ । ବର୍ତ୍ତମାନ ଆପଣ ଏଥିରେ ଆଉ ଏକ ସାମଗ୍ରୀ କୁ ମିଶାନ୍ତୁ । ତାହା ହେଉଛି ଲେମ୍ବୁ ।
ଆପଣ ଫାଳେ ଲେମ୍ବୁ ଏଥିରେ ଚିପୁଡ଼ି ପକାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ଖାଦ୍ୟ ଖାଇବା ର ଅଧ ଘଣ୍ଟା ପୂର୍ବରୁ ଏବଂ ପରେ ସେବନ କରନ୍ତୁ । ଏହାକୁ ଆପଣ କିଛି ଦିନ ସେବନ କରିବା ପରେ ଏହାର ଚମତ୍କାରୀ ଫାଇଦା ସମ୍ବନ୍ଧରେ ଆପଣ ନିଶ୍ଚିତ ଭାବରେ ଜାଣି ପାରିବେ ।
ଥଣ୍ଡା ଓ କାଶ କୁ ଦୁର କରିବାର ଅନ୍ୟ ଏକ ଉପଚାର ରେ ଆପଣଙ୍କୁ ତିନୋଟି ସାମଗ୍ରୀ ର ଆବଶ୍ୟକତା ରହିଛି । ଆପଣ ପ୍ରଥମେ ଏକ ପାତ୍ର ରେ ଅଧ ଚାମଚ ମହୁ କୁ ପକାନ୍ତୁ । ଏହାପରେ ଏଥିରେ ଫାଳେ ଲେମ୍ବୁ କୁ ଭଲ ଭାବରେ ଚିପୁଡ଼ି ଦିଅନ୍ତୁ । ଏହାପରେ ଆପଣ ଅଧ ଚାମଚ ଡାଲଚିନି ଗୁଣ୍ଡ ଏଥିରେ ମିଶାନ୍ତୁ ।
ଥଣ୍ଡା ଏବଂ କାଶ କୁ ଦୂର କରିବା ପାଇଁ ହେଲେ ଆପଣଙ୍କୁ ଏବଂ ଉପଚାର କୁ ପ୍ରସ୍ତୁତ କରି ସେବନ କରିବାକୁ ପଡ଼ିବ । ଏହା ବ୍ୟତୀତ ଆପଣ ଯଦି ପ୍ରତିଦିନ ଏକ ରସୁଣ କୋଲା ର ଚୋପା ଛଡ଼ାଇ ପାଟି କଡ଼ ରେ ଜାକି ରଖିବେ ତେବେ ଆପଣଙ୍କ ଥଣ୍ଡା, କଫ ଏବଂ କାଶ ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ