ଓଡିଶା

ଯୁକ୍ତ ୨ ମେଧାବୀଙ୍କୁ ମିଳିବ ଲାପ୍‌ଟପ୍‌ ସହାୟତା, ଗୁରୁବାରଠୁ ଆବେଦନ

ଭୁବନେଶ୍ୱର, ୨୮/୦୮ : ଯୁକ୍ତ ୨ରେ ଉତ୍ତୀର୍ଣ୍ଣ ୧୫ ହଜାର ମେଧାବୀଙ୍କୁ ମିଳିବ ଲାପ୍ଟପ୍ ସହାୟତା ରାଶି। ଗୁରୁବାରଠୁ ଏଥିପାଇଁ ଆବେଦନ ଆରମ୍ଭ ହେବ । ଅକ୍ଟୋବର ୨୮ ତାରିଖ ମଧ୍ୟରେ ଆବେଦନ କରିପାରିବେ ଶିକ୍ଷାର୍ଥୀ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

‘ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା’ରେ ଲାପଟପ୍ କିଣିବା ପାଇଁ ଡିବିଟି ମାଧ୍ୟମରେ ୩୦ ହଜାର ଟଙ୍କା ଦିଆଯିବ ।

ଯୋଗ୍ୟ ବିବେଚିତ ମେଧାବୀମାନେ ଓଡ଼ିଶା ସ୍କଲାରସିପ୍ ୱେବ୍ସାଇଟ୍ www. scholarship.odisha.gov. inରେ ନିଜର ଆଧାର ନମ୍ବର ଓ ଆଧାର ସହ ସଂଯୋଗ ହୋଇଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ପଞ୍ଜୀକରଣ କରିପାରିବେ ।

ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲାପ୍ଟପ୍ ସହୟତା ଯୋଜନା ନାମକୁ ପରିବର୍ତ୍ତନ କରାଯାଇଛି। ୨୦୧୩-୧୪ରେ ବିଜୁ ଯୁବ ସଶକ୍ତିକରଣ ଯୋଜନା ନାମରେ ଏହା ଆରମ୍ଭ ହୋଇଥିଲା । ଚଳିତବର୍ଷରୁ ଏହି ଯୋଜନାର ନାମ ପରବର୍ତ୍ତନ କରି ‘ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା’ କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button