ଓଡିଶା

୫ ତହସିଲଦାର, ୨୧୭ ଅତିରିକ୍ତ ତହସିଲଦାର ପଦବୀ ଖାଲି

ଭୁବନେଶ୍ବର: ବିଧାନସଭାର ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ଉତ୍ତର ରଖିଛନ୍ତି ଯେ ରାଜ୍ୟରେ ୩୧୭ ଟି ତହସିଲ ଅଫିସ ଅଛି।

ସମୁଦାୟ ୫ ତହସିଲଦାର ଓ ୨୧୭ ଅତିରିକ୍ତ ତହସିଲଦାର ପଦ ଖାଲି ପଡିଛି। ରାଜ୍ୟରେ ୪୪୬ ମଞ୍ଜୁରୀପ୍ରାପ୍ତ ଅତିରିକ୍ତ ତହସିଲଦାର ପଦବୀ ଅଛି.

ସେହିପରି ୭୮୯ ଆରଆଇ, ୧୩୮୫ ଏଆରଆଇ ଓ ୧୧୬୯ ଅମିନ ପଦ ଖାଲି ପଡିଛି।

ଏହି ସବୁ ପଦବୀ ପୂରଣ କରିବାକୁ ଓଏସଏସଏସସିକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ପଦବୀ ଚୟନ ଓ ପଦୋନ୍ନତି ଜରିଆରେ ପୂରଣ କରାଯିବ।

ଗୃହରେ ଜଳ ସମ୍ପଦ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ସୂଚନା ଲୋକସମ୍ପର୍କ ଓ ପରିବହନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ମଧ୍ୟ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button