ଓଡିଶା
ED ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ବରିଷ୍ଠ ଆଇନଜୀବୀ ବୈଠକରେ ସାମିଲ୍

ଭୁବନେଶ୍ୱର ୨୯।୦୮ : ଭୁବନେଶ୍ୱର ସ୍ଥିତ ଇଡି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଏହି ବୈଠକରେ ସୁପ୍ରିମ୍କୋର୍ଟ, ହାଇକୋର୍ଟ ଓ ତଳ କୋର୍ଟର ଓକିଲ ମାନେ ଉପସ୍ଥିତ ରହିଛନ୍ତି ।
ଖବର ଅନୁଯାୟୀ, ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଇଡି ନିର୍ଦ୍ଦେଶକ ।
ଏହି ଗସ୍ତ ଅବସରରେ ପ୍ରଥମ ପୁରୀ ଗସ୍ତ କରିଥିଲେ, ଏହାପରେ କଳାଧନ ସଂପର୍କୀତ ଏସ୍ଆଇଟି ବୈଠକରେ ସାମିଲ ହୋଇଥିଲେ । ଆଉ ଏବେ ଭୁବନେଶ୍ୱର ସ୍ଥିତ ଇଡି କାର୍ଯ୍ୟାଳୟରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକରେ । ଏହି ବୈଠକରେ ସୁପ୍ରିମକୋର୍ଟର ଆଇନ୍ଜୀବୀ ପିକେ ରାୟ, ହାଇକୋର୍ଟ ଆଇନଜୀବୀ ଗୋପାଳ ଅଗ୍ରଓ୍ୱାଲ୍, ବିବେକାନନ୍ଦ ରାୟ ଏବଂ ତଳକୋର୍ଟର ଶିଳଭଦ୍ର ଶାସ୍ତ୍ରୀ ଉପସ୍ଥିତ ରହିଛନ୍ତି । ବୈଠକରେ ଅନେକ ପୁରୁଣା ମାମଲା ଉପରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।