ବିନା ହେଲମେଟରେ ବାଇଲ୍ ଚଲାଇ ଗଣିଲେ ତଣ୍ଡ; ଦୁଶ୍ୟନ୍ତ ଚୌଟାଲାଙ୍କୁ ୨ ହଜାର ଟଙ୍କାର ଟ୍ରାଫିକ ଚାଲାଣ

ମୁମ୍ଵାଇ ୨୯।୦୮: ଜେଜେପି ନେତା ତଥା ପୂର୍ବତନ ଡେପୁଟି ସିଏମ୍ ଦୁଶ୍ୟନ୍ତ ଚୌଟାଲା। ବିନା ହେଲମେଟରେ ବାଇକ୍ ଚଳାଇବା ମହଙ୍ଗା ପଡିଛି । ଫରିଦାବାଦ ଟ୍ରାଫିକ ପୋଲିସ ଦୁଶ୍ୟନ୍ତଙ୍କ ଚାଲାଣ କାଟିଛି । ବିଧାନସଭା ନିର୍ବାଚନ ଘୋଷଣା ହେବା ମାତ୍ରେ ରାଜନୈତିକ ଦଳ ତଥା ଟିକେଟ୍ ଦାବିଦାରଙ୍କ ସହ ଜଡିତ ନେତାମାନେ ରାଲି ଆୟୋଜନ କରିଥିଲେ।
ଯେଉଁଥିରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଅଂଶଗ୍ରହଣ କରିଥିଲେ।
ହରିୟାଣା ପୂର୍ବ ଡେପୁଟି ସିଏମ୍ ଦୁଶ୍ୟନ୍ତ ଚଳାଉଥିବା ବାଇକ୍ ପାଇଁ ୨୦୦୦ ଟଙ୍କା ଚାଲାଣ କଟାଯାଇଛି। ଏହି ବାଇକ୍ ରିୟାସତ ଅଲିଙ୍କ ନାମରେ ପଞ୍ଜିକୃତ ହୋଇଛି । ଏହା ବ୍ୟତୀତ ସେହି ପାର୍ଟି ନେତା ତଥା ପୂର୍ବତନ ଲୋକସଭା ପ୍ରାର୍ଥୀ ନାଲିନ ହୁଡାଙ୍କ ବାଇକରେ ୨୦୦୦ ଟଙ୍କାର ଏକ ଚାଲାଣ ପଠାଯାଇଛି।
କହିବାକୁ ଗଲେ ଜେଜେପି ନେତା ଏକ ସାଧାରଣ ରାଲିର ଆୟୋଜନ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଦୁଶ୍ୟନ୍ତ ଆସିଥିଲେ । ପୋଲିସ କହିଛି ଯେ ଅତି କମରେ ୧୦୦ ଜେଜେପି କର୍ମଚାରୀ ବିନା ହେଲମେଟରେ ଗାଡି ଚଳାଉଥିବାର ଦେଖାଯାଇଥିଲା। ଏଭଳି ପରିସ୍ଥିତିରେ ପୋଲିସ ନମ୍ବର ପ୍ଲେଟ ଚିହ୍ନଟ କରୁଛି ଏବଂ ଏହି ଆଧାରରେ ଚାଲାଣ ପଠାଯିବ।