ଜୀବନଶୈଳୀ

ସ୍ବପ୍ନରେ ଭଗବାନ ଦେଖିଲେ ମିଳିଥାଏ ଈଶ୍ୱରୀୟ ସଙ୍କେତ

ଯାହା ଆମେ ଚିନ୍ତା କରୁ କିମ୍ବା ମନ ଭିତରେ ଯେଉଁ କଥାକୁ ନେଇ ସବୁବେଳେ ଭାବୁଥାଉ, ତାହା ହିଁ ସ୍ବପ୍ନ ମାଧ୍ୟମରେ ଆମେ ଦେଖିଥାଉ ବୋଲି ଅନେକଙ୍କ ବିଶ୍ୱାସ ରହିଛି। କିନ୍ତୁ ଏହା କେତେ ଦୂର ସତ ତାହା କହିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କେବେକେବେ ଆମେ ଦେଖୁଥିବା ସ୍ବପ୍ନ ସମ୍ପୂର୍ଣ୍ଣ ନିରର୍ଥକ ହୋଇଥାଏ ତ କେବେକେବେ ଆମକୁ କିଛି ଈଶ୍ୱରୀୟ ସଙ୍କେତ ବା ସନ୍ଦେଶ ମିଳିଥାଏ। ଯେମିତିକି ସ୍ବପ୍ନରେ ଭଗବାନଙ୍କୁ ଦେଖିବା। ଏହା ଆମକୁ କିଛି ଭିନ୍ନ ସଙ୍କେତ ଦେଇଥାଏ ବୋଲି ସ୍ବପ୍ନଶାସ୍ତ୍ରରେ କୁହାଯାଇଛି।ଯଥା: ସ୍ବପ୍ନରେ ଭଗବାନ ବିଷ୍ଣୁଙ୍କୁ ଦେଖିଲେ ଭାଗ୍ୟୋଦୟର ସଙ୍କେତ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଭଗବାନ ରାମଙ୍କୁ ସ୍ବପ୍ନରେ ଦେଖିଲେ ସତ୍‌ମାର୍ଗରେ ଚାଲିବା ତଥା ସଫଳତା ପ୍ରାପ୍ତିର ସଙ୍କେତ ମିଳିଥାଏ ବୋଲି ମାନ୍ୟତା ରହିଛି। ମାତା ଲକ୍ଷ୍ମୀଙ୍କୁ ସ୍ବପ୍ନରେ ଦେଖିବା ସ୍ବପ୍ନଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଏହା ଅର୍ଥପ୍ରାପ୍ତିକୁ ଦର୍ଶାଇଥାଏ। ପ୍ରଭୁ ହନୁମାନଙ୍କୁ ସ୍ବପ୍ନରେ ଦେଖିବା ଭୟ/ କଷ୍ଟରୁ ଦୂର ତଥା ଶତ୍ରୁତାରୁ ମୁକ୍ତି ପାଇବାର ସୂଚନା ଦେଇଥାଏ। ଭଗବାନ କୃଷ୍ଣଙ୍କୁ ସ୍ବପ୍ନରେ ଦେଖିଲେ ପ୍ରେମ ସମ୍ବନ୍ଧରେ ସଫଳତା ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି। ସେହିପରି ଦୁର୍ଗା ମା’ଙ୍କୁ ସ୍ବପ୍ନରେ ଦେଖିବା ସୁସ୍ବାସ୍ଥ୍ୟ ଏବଂ ମାତା ସରସ୍ବତୀଙ୍କୁ ସ୍ବପ୍ନରେ ଦେଖିବା ଶିକ୍ଷା କ୍ଷେତ୍ରରେ ସଫଳତା ପାଇବାର ସନ୍ଦେଶ ମିଳିଥାଏ ବୋଲି ସ୍ବପ୍ନଶାସ୍ତ୍ରରେ ଉଲ୍ଲେଖ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button