ଦେଶ ବିଦେଶ

ଏୟାର ଇଣ୍ଡିଆର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ, ୧୩ଟି ସୁରକ୍ଷା ରିପୋର୍ଟ ଜାଲ୍ ? – Utkal Mail


ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଦୁଇ ଜଣିଆ ଯାଞ୍ଚ ଦଳ ଏୟାର ଇଣ୍ଡିଆର ଆଭ୍ୟନ୍ତରୀଣ ନିରାପତ୍ତା ଉପରେ କରାଯାଇଥିବା ଅଡିଟରେ ଅନେକ ତ୍ରୁଟି ଠାବ କରିବା ପରେ ଏହି ବିମାନ ସେବା କମ୍ପାନିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ଡିଜିସିଏ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ଡିଜିସିଏକୁ ଦିଆଯାଇଥିବା ଅଡିଟ୍ ରିପୋର୍ଟ ଅନୁଯାୟୀ ଏୟାର ଇଣ୍ଡିଆ ଏୟାରଲାଇନ୍ସ କ୍ୟାବିନ୍ ସର୍ଭିଲାନ୍ସ, କାର୍ଗୋ, କାର୍ଗୋ ଲୋଡିଂ ଆଦି କ୍ଷେତ୍ରରେ ନିୟମିତ ନିରାପତ୍ତା ଯାଞ୍ଚ କରିବାର ଥିଲା, କିନ୍ତୁ ୧୩ଟି ସେଫ୍ଟି ପଏଣ୍ଟ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଏୟାରଲାଇନ୍ ସମସ୍ତ ୧୩ଟି ମାମଲାରେ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରିଛି।

ଡିଜିସିଏର ଦୁଇ ଜଣିଆ ଟିମ୍ ଜୁଲାଇ ୨୫ ଓ ୨୬ ତାରିଖରେ ହରିୟାଣାର ଗୁରୁଗ୍ରାମସ୍ଥିତ ଏୟାର ଇଣ୍ଡିଆର କାର୍ଯ୍ୟାଳୟକୁ ଯାଇ ରିପୋର୍ଟରେ ଅସଙ୍ଗତି ଦର୍ଶାଇଥିଲେ।

ଏହାର ଜବାବରେ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ସମସ୍ତ ଏୟାରଲାଇନ୍ସ ନିୟାମକ ଏବଂ ବାହ୍ୟ ସଂସ୍ଥାଦ୍ୱାରା ନିୟମିତ ନିରାପତ୍ତା ଅଡିଟ୍ କରନ୍ତି । ଏୟାର ଇଣ୍ଡିଆ ଏହାର ଅପରେଟିଂ ପ୍ରକ୍ରିୟାକୁ ନିରନ୍ତର ମୂଲ୍ୟାଙ୍କନ ଏବଂ ବଢ଼ାଇବା ପାଇଁ ଏହି ଅଡିଟ୍ ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥାଏ । ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହଯୋଗରେ ଯେକୌଣସି ଚିହ୍ନିତ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥାଏ ।

 




Related Articles

Leave a Reply

Your email address will not be published. Required fields are marked *

Back to top button