ଦେଶ ବିଦେଶ

୮୧ ଅଛୁ, ୧୮୧ ହେବୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ କହିଲେ ହେମା ମାଳିନୀ – Utkal Mail


ମୁମ୍ବାଇ: ସଂସଦରେ ବର୍ତ୍ତମାନ ଆମେ ମାତ୍ର ୮୧ଜଣ ଅଛୁ ଏବଂ ଏହି ‘ବିଲ୍‌’ ପାରିତ ହେଲେ ଆମ ସଂଖ୍ୟା ୧୮୧କୁ ବୃଦ୍ଧି ପାଇବ ବୋଲି ‘ମହିଳା ସଂରକ୍ଷଣ ବିଲ୍‌’କୁ ସମର୍ଥନ କରି ବିଶିଷ୍ଟ ଅଭିନେତ୍ରୀ ତଥା ରାଜନେତ୍ରୀ ହେମା ମାଳିନୀ ମଙ୍ଗଳବାର ଦିନ କହିଥିବା କଥା ‘ଏଏନ୍ଆଇ’ ରିପୋର୍ଟ କରିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ନୂଆ ସଂସଦ ଭବନର ଲୋକସଭାର ପ୍ରଥମ ଅଧିବେଶନରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ୍‌ ଉପସ୍ଥାପନ କରିଥିବା ‘ମହିଳା ସଂରକ୍ଷଣ ବିଲ୍‌’ ପ୍ରତି ସମର୍ଥନ ଜଣାଇ ହେମାଳିନୀ କହିଛନ୍ତି: ସେପ୍ଟେମ୍ବର ୧୯ ସ୍ମରଣୀୟ ହୋଇ ରହିବ। କାରଣ ନୂଆ ସଂସଦରେ ଆଜ ପ୍ରଥମ ‘ବିଲ୍‌’ ଭାବେ ‘ମହିଳା ସଂରକ୍ଷଣ ବିଲ୍’ ଆଗତ ହୋଇଛି। ମୋର ଆଶା ଖୁବ୍‌ ଶୀଘ୍ର ‌ଏହା ପାରିତ ହେବ। ସମ୍ପ୍ରତି ଆମେ ମାତ୍ର ୮୧ଜଣ ମହିଳା ସାଂସଦ ଅଛୁ। ଏହି ‘ବିଲ୍‌’ ପାରିତ ହେବା ପରେ ଆମ ସଂଖ୍ୟା ୧୮୧କୁ ବୃଦ୍ଧି ପାଇବ। ଫଳରେ ମହିଳାମାନଙ୍କ ପ୍ରତିନିଧିତ୍ବ ବୃଦ୍ଧି ପାଇବ। ଉତ୍ତମ କାର୍ଯ୍ୟ କରୁଥିବାରୁ ମହିଳାମାନେ ଆଗେଇ ଆସିବା ଉଚିତ।

Image Courtesy of Times of India

କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ କହିଥିଲେ ଯେ, ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ ହୋଇଗଲେ ଲୋକସଭାରେ ମହିଳାମାନଙ୍କ ଆସନ ୧୮୧କୁ ବୃଦ୍ଧି ପାଇବ।

ଆଜି ଲୋକସଭାରେ ଏହି ବିଲ୍‌ ଉପରେ ବିତର୍କ ଆରମ୍ଭ ହୋଇଛି। ବିତର୍କ ଆରମ୍ଭ କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏହାକୁ ସମର୍ଥନ କରିବା ସହିତ ଏହା ପାରିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରିକଳ୍ପନା ସାକାର ହେବ ବୋଲି କହିଛନ୍ତି।

କିନ୍ତୁ, ଏହି ‘ବିଲ୍‌’ରେ କେତେକ ସର୍ତ୍ତାବଳି ରଖାଯାଇଥିବାରୁ ‘ଡିଏମ୍‌କେ’ ସାଂସଦ କାନିମୋଜି ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହାକୁ ତୁରନ୍ତ ପାରିତ କରାଇ ୨୦୨୪ ଲୋକସଭା ନିର୍ବାଚନରେ ଲାଗୁ କରିବା ଲାଗି ସେ ‘ବିଜେପି’କୁ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button