ଦେଶ ବିଦେଶ

କଙ୍ଗନା ସଂସଦରେ ବସିବାକୁ ଯୋଗ୍ୟ ନୁହନ୍ତି: ରବର୍ଟ ଭଦ୍ରା

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ପୂର୍ବରୁ ନିଜ ଅପ୍କମିଂ ଫିଲ୍ମକୁ ନେଇ ସେ ଚର୍ଚ୍ଚାରେ ଥିଲେ। ଏବେ ନିଜର ଏକ ମନ୍ତବ୍ୟକୁ ନେଇ ପୁଣି ଥରେ ଗଣମାଧ୍ୟମରେ ହେଡ୍ଲାଇନ୍ ପାଲଟିଛନ୍ତି। କିନ୍ତୁ ଏଥର ସେ କାହାକୁ ଟାର୍ଗେଟ୍ କରିନାହାନ୍ତି, ନିଜେ ଟାର୍ଗେଟ୍ର ଶିକାର ହୋଇଛନ୍ତି।

କଙ୍ଗନାଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା।

ନିକଟରେ କୃଷକଙ୍କ ଉପରେ ଦେଇଥିବା ଏକ ବୟାନକୁ ନେଇ ରବର୍ଟ ଭଦ୍ରା ତାଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି, ‘କଙ୍ଗନା ଜଣେ ମହିଳା ହୋଇଥିବାରୁ ମୁଁ ତାଙ୍କୁ ସମ୍ମାନ କରେ। କିନ୍ତୁ ସେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି କି ତାଙ୍କର ସଂସଦରେ ସ୍ଥାନ ନାହିଁ । ସେ ସଂସଦରେ ବସିବାକୁ ଯୋଗ୍ୟ ନୁହନ୍ତି। ମୁଁ ଭାବୁଛି ସେ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ଏହାସହ ସେ ମହିଳାଙ୍କ କଥା ମଧ୍ୟ ଭାବନ୍ତି ନାହିଁ ।’

ଏଥିସହ ମହିଳାଙ୍କ ସୁରକ୍ଷା ଦିଗରେ ସମସ୍ତେ ଏକାଠି ହେବାକୁ ଭଦ୍ରା ଅପିଲ କରିଛନ୍ତି। ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ମହିଳାଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ରବର୍ଟ ଭଦ୍ରା କହିଛନ୍ତି।

କହିରଖୁ ଯେ, ନିକଟରେ କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଦେଶରେ ଯଦି ଶକ୍ତିଶାଳୀ ସରକାର ନଥାନ୍ତେ ତାହେଲେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଯାହାକୁ ନେଇ ଏବେ କଙ୍ଗନାକୁ ବିରୋଧୀମାନେ ଘେରିବା ସହ ସମାଲୋଚନା କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button