ଜୀବନଶୈଳୀ

– ଭାଗ୍ୟଶାଳୀ ହୋଇଥାନ୍ତି ଏହି 4 ଟି ମାସରେ ଜନ୍ମ ହୋଇଥିବା ପିଲା

। ସୂଚନା ଅନୁସାରେ ପ୍ରତ୍ଯେକଟି ସନ୍ତାନ ଇଶ୍ଵରଙ୍କର ସନ୍ତାନ ହୋଇଥାନ୍ତି । ତେଣୁ ସମସ୍ତଙ୍କ ଶରୀରରେ ଭଗବାନଙ୍କର ବାସ ହୋଇଥାଏ । ଏହା ଛଡା ଏପରି କେତେକ ପିଲା ସନ୍ତାନ ଏପରି କିଛି ବିଶେଷ ମାସରେ ଜନ୍ମ ଗ୍ରହଣ କରିଥାନ୍ତି । ଯେଉଁ ମାସରେ ଜନ୍ମ ଗ୍ରହଣ କରିଥିବା ଯୋଗୁ ସେମାନଙ୍କର ଭାଗ୍ୟ ବହୁତ ଟାଣ ହୋଇଥାଏ । ତେଣୁ ସେହି ସନ୍ତାନ ମାନଙ୍କୁ ଭାଗ୍ୟଶାଳୀ ରୂପେ ବିବେଚନା କରାଯାଇଥାଏ ।

 

ସେହି ବିଶେଶ ମାସ ଗୁଡିକ ବିଷୟରେ ଚାଲନ୍ତୁ ଜାଣିବା । ପ୍ରଥମ ମାସଟି ହେଉଛି ଜାନୁଆରୀ ମାସ । ଏହି ମାସରେ ଯେଉଁ ସନ୍ତାନ ମାନେ ଜନ୍ମ ଗ୍ରହଣ କରିଥାନ୍ତି । ସେମାନେ ବହୁତ ହିଁ ଲକି ଅଟନ୍ତି । କାରଣ ତାଙ୍କର ଜନ୍ମ ମାସ ତାଙ୍କ ଉପରେ ବହୁତ କିଛି ଶୁଭ ପ୍ରଭାବ ପକାଇଥାଏ ।

ଯେଉଁ କାରଣରୁ ସେମାନେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଓ ଗୁଣରେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ବହୁତ ସଂବେଦନଶୀଳ ପ୍ରକୃତିର ହୋଇଥାନ୍ତି । ଏହି ପିଲା ଯେଉଁ ଘରେ ଜନ୍ମଲାଭ କରିଥାଏ । ସେହି ଘରେ ଉନ୍ନତି ହୋଇଥାଏ । ଏମାନଙ୍କ ବହୁତ ଅଳ୍ପ ବର୍ଷ ବୟସରୁ ଧନଯୋଗ ରହିଥାଏ ।

 

ଦିତୀୟ ମାସ ହେଉଛି ଫେବୃଆରି ମାସ । ଏହି ମାସରେ ଯେଉଁ ପିଲା ଜନ୍ମ ଗ୍ରହଣ କରିଥାଏ । ସେ ଅତ୍ୟନ୍ତ ଶାନ୍ତ, ଧୀର ଓ ନିରୀହ ସ୍ଵଭାବର ପିଲାଟି ହୋଇଥାଏ । ଏହି ପିଲାଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ଅଶେଷ କରୁଣା ଥିବାରୁ ଏହି ପିଲାର ଜନ୍ମ ହେବା ମାତ୍ରେ ସେହି ଘରେ ସୁଖ ସମୃଦ୍ଧି ବଢିଥାଏ । ଘର ପରିବାରରେ ଖୁସିର ମାହୋଲ ରହିବା ସହିତ ଘରେ ଶାନ୍ତିର ବାତାବରଣ ଦେଖାଯାଇଥାଏ ।

ତୃତୀୟ ମାସଟି ହେଉଛି ମାର୍ଚ ମାସ । ଏହି ମାସରେ ଜନ୍ମିତ ପିଲାମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏହା ସହିତ ଭରସାଯୋଗ୍ୟ ପାତ୍ର ହୋଇଥାନ୍ତି । ଏମାନେ ବହୁତ ଶୀଘ୍ର କଥାରେ କଥାରେ ରାଗିଯାଇଥାନ୍ତି । ଏହି ପିଲାମାନେ ନିଜ ପରିବାରକୁ ବହୁତ ଅଧିକ ଭଲ ପାଇଥାନ୍ତି । ଏମାନେ ପ୍ରାୟତଃ ନିଜର କଥା ଅନ୍ୟ ସହିତ ଶେୟାର କରିବାକୁ ଭଲ ପାଇନଥାନ୍ତି ।

 

ଚତୁର୍ଥ ମାସଟି ହେଉଛି ଏପ୍ରିଲ ମାସ । ଏହି ମାସରେ ଜନ୍ମିତ ପିଲାମାନେ ବହୁତ ଜିଦିଆ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ହିସାବରେ ନିଜ ଜୀବନକୁ ଉପୋଭୋଗ କରି ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ଠାରେ ପରଉପକାରୀତା ଗୁଣ ରହିଥାଏ । ଏମାନେ ନିଜ ପରିବାରରେ ସବୁବେଳେ ଉନ୍ନତି କରିବାକୁ ପସନ୍ଦ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button