ଦେଶ ବିଦେଶ

ଗିରଫ ହେବେ କି ପୁଟିନ ? ଭାରତରୁ ହୋଇପାରେ ରୁଷ- ୟୁକ୍ରେନ ଯୁଦ୍ଧର ପରିସମାପ୍ତି

ଗିରଫ ହେବେ କି ରୁଷ ରାଷ୍ଟ୍ରପତି ପୁଟିନ? ମଙ୍ଗୋଲିଆ ଗସ୍ତ ବେଳେ ତାଙ୍କୁ ଗିରଫ କରିବାକୁ ଦାବି କଲେ ୟୁକ୍ରେନ ରାଷ୍ଟ୍ରପତି। ସେପ୍ଟେମ୍ବର ୩ରୁ ମଙ୍ଗୋଲିଆ ଗସ୍ତରେ ଯିବେ ପୁଟିନ। ପୂର୍ବରୁ ଯୁଦ୍ଧ ଅପରାଧୀ ଦର୍ଶାଇ ପୁଟିନଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ । ଏହା ମଧ୍ଯରେ ନଭେମ୍ବର ପୂର୍ବରୁ ଭାରତରେ ଶାନ୍ତି ସମ୍ମିଳନୀ ପାଇଁ ଦାବି କଲେ ଜେଲେନ୍ ସ୍କି ।

ସେପଟେ ରୁଷର ବେଲଗୋରଡରେ ୟୁକ୍ରେନର ଜୋରଦାର ଏୟାର ଷ୍ଟ୍ରାଇକ ।

ଭାରତରୁ ହୋଇପାରେ ରୁଷ- ୟୁକ୍ରେନ ଯୁଦ୍ଧର ପରିସମାପ୍ତି । ଭାରତରେଦ୍ବିତୀୟ ଶାନ୍ତି ସମ୍ମିଳନୀ ପାଇଁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ନିକଟରେ ମୋଦିଙ୍କ କିଭ୍ ଗସ୍ତ ବେଳେ ଏହି ପ୍ରସ୍ତାବ ଦେଇଛନ୍ତି ଜେଲେନସ୍କି। ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦ୍ବିତୀୟ ଥର ପାଇଁ ବିଶ୍ବ ନେତା ଏକାଠି ହୁଅନ୍ତୁ ବୋଲି ଆଶା ରଖିଛନ୍ତି ଜେଲେନ୍ ସ୍କି ।

ପ୍ରଥମ ଶାନ୍ତି ସମ୍ମିଳନୀ ଜୁନରେ ହୋଇଥିଲା । ଜୁନ ସମ୍ମିଳନୀରେ ଗ୍ଲୋବାଲ ସାଉଥ ଦେଶଗୁଡ଼ିକର ସମର୍ଥନ ଯୋଗାଡ଼ ପାଇଁ ପ୍ରସ୍ତାବ ରହିଥିଲା । ତେବେ ଭାରତରେ ଶାନ୍ତି ସମ୍ମିଳନୀ କେବେ ହେବ ସେ ନେଇ କିଛି ସ୍ଥିର ହୋଇ ନାହିଁ । ନିକଟରେ ମୋଦିଙ୍କ କିଭ୍ ଗସ୍ତ ବେଳେ ୟୁକ୍ରେନର ସାର୍ବଭୌମତ୍ବକୁ ସମର୍ଥନ ଘୋଷଣା କରିଥିଲେ ମୋଦି । ଭାରତ ଓ ରୁଷ ମଧ୍ୟରେ ସଂପର୍କକୁ ସାରା ବିଶ୍ବ ଜାଣିଛି । ତେଣୁ ଭାରତରେ ଶାନ୍ତି ସମ୍ମିଳନୀ ଯୁଦ୍ଧର ଅବସାନ ପାଇଁ ବାଟ ବାହାର କରିପାରେ ବୋଲି ଆଶା ରହିଛି । ବୈଦେଶିକ ବିଭାଗ କହିଛି, ଶାନ୍ତି ଦୂତ ସାଜିବାକୁ ଭାରତ ସବୁବେଳେ ପ୍ରସ୍ତୁତ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button