ଦେଶ ବିଦେଶ

ଗୁଟ୍‌ଖାରୁ ମିଳିଛି ୧୦୧୨ କୋଟି ଟଙ୍କାର ରାଜସ୍ବ

ଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଏକାଦଶ କାର୍ଯ୍ୟ ଦିବସ। ଗୃହ କାର୍ଯ୍ୟ ଆରମ୍ଭରୁ ଅଶ୍ବିନୀ ଗୁରୁଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହୋଇଥିବାବେଳେ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା।

ଏସବୁ ଭିତରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ୨୦୨୩-୨୪ରେ ଗୁଟ୍‌ଖାରୁ ରାଜ୍ୟକୁ ମିଳିଥିଲା ୧୦୧୨ କୋଟି ଟଙ୍କା। ରାଜ୍ୟ ସରକାର ୧୦୧୨.୫୬ କୋଟିର ଟିକସ ଆଦାୟ କରିଥିଲେ। ୨୦୨୪-୨୫ ଜୁଲାଇ ସୁଦ୍ଧା ଗୁଟଖାରୁ ୩୫୭.୧୬ କୋଟି ଟଙ୍କା ଆଦାୟ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button