ଜୀବନଶୈଳୀ

ହାତ ଗୋଡ ଝିମ ଝିମ ବା ଶୂନ୍ୟ ହେଇ ଯାଉଛି କି ? ହେଇଯାନ୍ତୁ ସାବଧାନ ! ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3 ଟି ଜିନିଷ

ଆଜିକାଲିର ଅନେକ ଲୋକ ଙ୍କ ଠାରେ  ରାତିରେ ଶୋଇବା ସମୟରେ ବା ସକାଳେ ନିଦ ରୁ ଉଠିବା ପରେ ହାତ ଗୋଡ ଶୂନ୍ୟ ହେଲାପରି ଲାଗିଥାଏ । ବା ଗୋଡ ହାତ ମଧ୍ୟ ଝିମ ଝିମ ହେଲା ପରି ଅନୁଭବ ହୁଏ । କିନ୍ତୁ ବନ୍ଧୁଗଣ ଏହାର କାରଣ କଣ ହୋଇଥାଏ । ଅନେକ ଲୋକ ଏହାକୁ ଅଣଦେଖା କରି ଛାଡି ଦେଇଥାନ୍ତି, ଯାହା ବାସ୍ତବରେ ଠିକ ହୋଇ ନଥାଏ । ବନ୍ଧୁଗଣ ବିଜ୍ଞାନ ଭାଷାରେ ଏଭଳି ହାତ ଗୋଡ ଝିମ ଝିମ ହେବାକୁ କାର୍ପେନ ଟର୍ନଳ ସିଣ୍ଡ୍ରୋମ ବୋଲି କୁହାଯାଇଥାଏ ।

 

ଏହି ରୋଗରେ ଶରୀରେ ହାତ ର ପାପୁଲିରେ ଥିବା ସିରା ଗୁଡିକରେ ରକ୍ତ ଠିକ ଭାବରେ ସଞ୍ଚାରିତ ହୋଇ ନ ଥାଏ । ଯାହା କାରଣରୁ ହାତ ପାପୁଲି ଝିମ ଝିମ ହେଲା ପରି ଅନୁଭବ ହୁଏ । ଏହି ରୋଗ ଆରମ୍ଭ ଆରମ୍ଭ ରେ ଏହା ଶୀଘ୍ର ଭଲ ହୋଇ ଯାଇଥାଏ । କିନ୍ତୁ ଧୀରେ ଧୀରେ ଏହାର ଯନ୍ତ୍ରଣା ମଧ୍ୟ ବଢିବାକୁ ଲାଗେ ।

ତେଣୁ କାମ କରିବା ସମୟରେ ବ୍ୟକ୍ତି ଙ୍କୁ ନିଜ ହାତ କୁ ଘଣ୍ଟା ର ସିଧା ଦିଗରେ ଓ ଘଣ୍ଟା ର ବିପରୀତ ଦିଗରେ କିଛି କିଛି ସମୟ ଧରି ବୁଲାଇବା ଉଚିତ । ବନ୍ଧୁଗଣ କାର୍ପେଲ ଟର୍ନଲ ଶିଣ୍ଡ୍ରୋମ ରେ ହାତ ର ପାପୁଲି ର ମଧ୍ୟ ଭାଗ ଟି ଯେପରି ଦବି ଗଲା ପରି ଅନୁଭବ ହୋଇଥାଏ । ବନ୍ଧୁଗଣ ପ୍ରାୟତଃ ଲୋକ ମାନେ ଏହାକୁ ଏତେ ମାତ୍ରାରେ ଧ୍ୟାନ ଦେଇ ନଥାନ୍ତି, କିନ୍ତୁ ଏହାକୁ ଅଣଦେଖା ନ କରି ଡକ୍ଟରଙ୍କ ସହ ପରାମର୍ଶ କରିବା ଉଚିତ ।

 

ବନ୍ଧୁଗଣ ଶରୀରରେ ଏହି ରୋଗ ର ଆଉ ଏକ ମୁଖ୍ୟ କାରଣ ହେଉଛି ଶରୀରରେ ଭିଟାମିନ୍ସ ଓ ପୋଷକତାର ଅଭାବ । ତେଣୁ ଶରୀରୀକ ବ୍ୟାୟାମ ସହ ନିଜର ଖାଦ୍ୟ ପେୟ ଆଦିର ମଧ୍ୟ ଧ୍ୟାନ ନିଶ୍ଚୟ ଦେବା ଆବଶ୍ୟକ । ଖଜୁରୀ, ରସୁଣ, ପିଜୁଳି, ଗାଜର ଭିନ୍ନ ପ୍ରକାରର କଞ୍ଚା ପନି ପରିବା , ଭିନ୍ନ ପ୍ରାକାରର ଡ୍ରାଏ ଫୃଟ୍ସ କୁ 7, 8 ଘଣ୍ଟା ପାଇଁ ଜଳ ରେ ଭିଯାଇ ଖାଇବା ଉଚିତ ଓ କମଳା ଆଦି ଫଳ ମଧ୍ୟ ପ୍ରଚୁର ମାତ୍ରାରେ ଖାଇବା ଅବଶ୍ୟକ ।

ବନ୍ଧୁଗଣ ଯଦି ଆମେ ଏହାରୁ ରକ୍ଷା ପାଇବା ପାଇଁ କୌଣସି ଘରୋଇ ଉପାୟ ବିଷୟ ରେ ଜାଣିବା ତେବେ ପ୍ରଥମେ ବନ୍ଧୁଗଣ ପ୍ରତିଦିନ କିଛି କିଛି ସମୟ କରି ନିତ୍ୟ ନିଜ ହାତ ଗୋଡ ରେ ରାସୀ ତେଲ ବା ସୋରିଷ ତେଲ ରେ ମାଲିସ କରିବା ଉଚିତ । ଦ୍ଵିତୟ ରେ ପ୍ରତିଦିନ ବ୍ୟାୟାମ କିଛି ସମୟ କରିବା ଉଚିତ ଓ କିଛି ସମୟ ପାଇଁ ରାତିରେ ସୋଇବା ପୂର୍ବରୁ ଉଷୁମ ପାଣି ରେ ସନ୍ଧେବ ଲୁଣ କିଛି ପକାଇ ଏହି ଲୁଣ ପାଣି ରେ ନିଜ ଗୋଡ ବୁଡାଇ ରଖିବା ଉଚିତ । ଏହା ଅତିକମ ରେ ଆପଣ 10 ମିନିଟ ପାଇଁ ରଖନ୍ତୁ ।

 

ଏହାଦ୍ଵାରା ଆପଣ ଖୁବ ଶୀଘ୍ର ଆରମ ଅନୁଭବ କରି ପାରିବେ । ଚତୁର୍ଥ ରେ ବନ୍ଧୁଗଣ ଆପଣ ପ୍ରତିଦିନ ସକାଳେ ଖାଲି ପେଟ ରେ ଡାଲଚିନି ଗୁଣ୍ଡ ରୁ ଏକ ଚାମଚ ନେଇ ଏହାକୁ ଏକ ଗ୍ଳାସ ଉଷୁମ ପାଣି ବା ଏକ ଚାମଚ ,ମହୁ ରେ ମିଶାଇ ସେବନ କରିବା ଦ୍ଵାରା ବନ୍ଧୁଗଣ ଆପଣଙ୍କୁ ଶରୀରରେ ହାଉଥିବା ବିଭିନ୍ନ ପ୍ରକାରର ଯନ୍ତ୍ରଣା ରୁ ମୁକ୍ତି ପାଇ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button