ଦୀପିକା-ରଣବୀରଙ୍କ ପ୍ରଥମ ପ୍ରେଗ୍ନେନ୍ସି ଫଟୋସୁଟ୍, ଭାଇରାଲ ହେଉଛି ଫଟୋ

ବଲିଉଡର ପାୱାର କପଲ୍ ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ, ଏହି ଫେମସ କପଲ୍ ସେମାନଙ୍କର ସାନଦାର ଏବଂ ସୁନ୍ଦର ପ୍ରେଗ୍ନେନ୍ସି ଫଟୋସୁଟ୍ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦୀପିକା-ରଣବୀରଙ୍କ ପ୍ରଥମ ମାଟେରିନିଟି ଶୁଟ୍ ରେ ଉଭୟଙ୍କର ଅତି ସୁନ୍ଦର କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି ।
ଏହି ଫଟୋସୁଟ ସହିତ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ନକଲି ବେବି ବମ୍ପ ଗୁଜବକୁ ଖଣ୍ଡନ କରିଛନ୍ତି । ବଲିଉଡ ଷ୍ଟାର ତଥା ସେଲିବ୍ରିଟି କପଲ୍ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ନିକଟରେ ସେମାନଙ୍କର ପ୍ରେଗ୍ନେନ୍ସି ଫଟୋସୁଟର ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋରେ ଏହି କପଲ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି । ପ୍ରେଗ୍ନେନ୍ସି ଶୁଟ୍ ରେ ଦୀପିକା ଏକ କଳା ବ୍ରାଲେଟ୍ ଏବଂ ଏକ ଓପନ୍ କାର୍ଡିଗାନ୍ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି, ଯାହାକୁ ସେ ଡେନିମ୍ ସହିତ ପେୟାର୍ କରିଛନ୍ତି ।
ଫଟୋସୁଟର ଅନେକ ଫଟୋରେ ସେ ଏକ ଟ୍ରାନ୍ସପାରେଣ୍ଟ ବ୍ଲାକ୍ ଡ୍ରେସ ଏବଂ ବ୍ଲାକ୍ ବଡିକନ୍ ପିନ୍ଧିଥିବାର ନଜର ଆସିଥିବାବେଳେ ରଣଭୀର ସିଂ ଟି-ସାର୍ଟ ଏବଂ ଜିନ୍ସ ଅର୍ଥାତ ଏକ କାଜୁଆଲ୍ ଲୁକରେ ନଜର ଆସିଛନ୍ତି । ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ପ୍ରେଗ୍ନେନ୍ସି ଶୁଟ୍ ପୋଷ୍ଟର କମେଣ୍ଟ ବକ୍ସରେ ଲୋକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସେମାନଙ୍କୁ ବହୁତ ଭଲପାଇବା ଦେଉଥିବାର ନଜର ଆସିଛି । ଦୀପିକା-ରଣବୀରଙ୍କ ପ୍ରଥମ ସନ୍ତାନ ଏହି ମାସରେ ଜନ୍ମ ନେବ ବୋଲି ଆଶା କରାଯାଉଛି ।
ଅନ୍ୟପଟେ ଏହି ଫଟୋସୁଟ ମାଧ୍ୟମରେ ଦୀପିକା-ରଣବୀର ନକଲି ବେବି ବମ୍ପ ଗୁଜବକୁ ମଧ୍ୟ ଖଣ୍ଡନ କରିଛନ୍ତି ଏବଂ ଯେଉଁମାନେ ସେମାନଙ୍କର ପ୍ରେଗ୍ନେନ୍ସିକୁ ମିଛ ଏବଂ ସରୋଗେସି ବୋଲି ଦାବି କରୁଥିଲେ ସେମାନଙ୍କୁ କଠୋର ଜବାବ ଦେଇଛନ୍ତି । ଦୀପିକା ପାଦୁକୋନ ଏବଂ ରଣବୀର ସିଂ ୨୦୧୮ରେ ଇଟାଲୀରେ ବିବାହ କରିଥିଲେ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଦୀପିକାଙ୍କୁ ଶେଷ ଥର ପାଇଁ ‘କଲ୍କି 2898 AD’ ରେ ଦେଖିବାକୁ ମିଳିଥିଲା । ରଣବୀର ସିଂ କରଣ ଜୋହରଙ୍କ ‘ରକି ଔର ରାନୀ କି ପ୍ରେମ କାହାନି’ରେ ନଜର ଆସିଥିଲେ । ଏହି ଦମ୍ପତିଙ୍କ ପାଖରେ ‘ସିଙ୍ଗହମ୍ ଏଗେନ’ ଫିଲ୍ମ ମଧ୍ୟ ଅଛି ।