ଦେଶ ବିଦେଶ

ମଦ୍ରାସାରେ ଛପା ଯାଉଥିଲା ଜାଲ୍ ନୋଟ୍, ୪ ଗିରଫ, ରହିଛି ଓଡ଼ିଶା ଲିଙ୍କ

ତ୍ତର ପ୍ରଦେଶ ପ୍ରୟାଗରାଜରେ ଚାଞ୍ଚଲ୍ୟ। ଏଠାରେ ଥିବା ଏକ ମଦ୍ରାସାରେ ଗତ ୨୮ ତାରିଖରେ ସନ୍ଦେହ ଜନକ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଦଳ ବଳ ନେଇ ରେଡ୍ କରିଥିଲା ପ୍ରୟାଗରାଜ ପୁଲିସ। ରେଡ୍ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି। ପ୍ରୟାଗରାଜର ସପୃକ୍ତ ମଦ୍ରାସାରେ ପାଠ ପଢ଼ା ଯାଉଥିଲା ନା’ ଆଉ କିଛି ତାହାର ଖୁଲାସା କରିଛି ପୁଲିସ।

ସଂପୃକ୍ତ ମଦ୍ରାସାରେ ଛପାଯାଉଥିଲା କୋଟି କୋଟି ଟଙ୍କାର ଜାଲ୍ ନୋଟ୍। କେବଳ ସେତିକି ନୁହେଁ ମଦ୍ରାସା ଭିତରୁ RSS ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ବି ପ୍ରକାଶିତ ହୋଇଥିବା ଜଣାପଡ଼ିଛି।

ତା’ଠାରୁ ଆହୁରି ବଡ଼ କଥା ମଦ୍ରାସା ଭିତରୁ RSS ବିରୁଦ୍ଧରେ ଅପପ୍ରଚାର ସହ ଜାଲ୍ ନୋଟ୍ କାରବାର ଲିଙ୍କରେ ରହିଛି ଜଣେ ଓଡ଼ିଆଙ୍କ ସଂପୃକ୍ତି, ସେ ପୁଣି ଏ ପୂରା କାଣ୍ଡର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ତା’ ନା ଜାହିର ଖାନ, ଘର ଓଡ଼ିଶାର ଭଦ୍ରକ ବୋଲି ପ୍ରୟାଗରାଜ ପୁଲିସ ପ୍ରେସମିଟରେ ସୂଚନା ଦେଇଛନ୍ତି।

ସେପଟେ ଏହି ଲିଙ୍କ୍ ରେ ଓଡ଼ିଶା ଆସିପାରେ ଉତ୍ତର ପ୍ରଦେଶ ପୁଲିସ। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପୁଲିସର ସୂଚନା ଅନୁସାରେ, ଜାହିର ଖାନ ପ୍ରାୟ ୪ ବର୍ଷ ତଳେ ଏହି ମଦ୍ରାସାକୁ ଆସିଥିଲା। ସେଠାରେ ରହି ପାଠ ପଢୁଥିଲା। ତେବେ ମଦ୍ରାସା ଭିତରେ ପ୍ରିଣ୍ଟର ଏବଂ ସ୍କାନର ବ୍ୟବହାର କରି ସେ ଜାଲ୍ ନୋଟ୍ ଛାପୁଥିଲା ବୋଲି ପୁଲିସ କହିଛି।

ମଦ୍ରାସାରୁ ପ୍ରିଣ୍ଟର ସହ ୧୩ ଶହଟି ଜାଲ୍ ଶହେ ଟଙ୍କିଆ ଜବତ କରିଛି ପୁଲିସ। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ସଂପୃକ୍ତ ମଦ୍ରାସାର ପ୍ରିନ୍ସପାଲ ବି ଅଛି। ତା’ ଘର ମଧ୍ୟ ଓଡ଼ିଶାରେ ବୋଲି ପୁଲିସ ସୂଚନା ଦେଇଛି । ଆଗକୁ ତଦନ୍ତ ବ୍ୟାପକ ହେଲେ ଏନେଇ ବଡ଼ ଖୁଲାସା ହୋଇପାରେ ବୋଲି ଆଶା କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button